ଜାଣନ୍ତି କି ଆପଣ ଦୈନିକ ଯାତ୍ରା କରୁଥିବା ଟ୍ରେନ ମୂଲ୍ୟ କେତେ, ତେବେ ଦେଖନ୍ତୁ ଏ ଭିଡିଓ

ଗୋଟିଏ ଟ୍ରେନ୍ ତିଆରି ପାଇଁ ଖର୍ଚ୍ଚ ହୁଏ କେତେ ଟଙ୍କା?

ଟ୍ରେନ୍ ଯାତ୍ରା ସବୁଠାରୁ ଭଲ ବୋଲି ମାନନ୍ତି ଲୋକେ । ବର୍ତ୍ତମାନ ସମୟରେ ତ ସାରା ଦେଶରେ ପାଖପାଖି ୧୫ ହଜାର ଟ୍ରେନ୍ ଚଳାଚଳ କରୁଛି । ଭାରତୀୟ ରେଲୱେ ଏବେ ବି ଏହି ପ୍ରୟାସରେ ଲାଗିଛି ଯେ ରେଲୱେ କନେକ୍ଟିଭିଟୀ ଭାରତର ପ୍ରତ୍ୟେକ ସହରରୁ ଗାଁ ପର୍ଯ୍ୟନ୍ତ ଯେପରି ହୋଇପାରିବ । ଇଣ୍ଡିଆନ୍ ରେଲୱେ ଦୁନିଆର ଚତୁର୍ଥ ସବୁଠାରୁ ବଡ ରେଳ ନେଟୱାର୍କ ।

ତେବେ ଆଜି ଆମେ ରେଳ ଯାତ୍ରା ନୁହେଁ, ବରଂ ଏହା ବିଷୟରେ ଜାଣିବର ଯେଉଁ ଟ୍ରେନରେ ଆପଣ ଶସ୍ତା ଏବଂ ଆରାମଦାୟକ ଯାତ୍ରା କରୁଛନ୍ତି ସେହି ଟ୍ରେନକୁ ବନାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ । କଣ ଆପଣ କେବେ ଏହା ବିଷୟରେ ଭାବିଛନ୍ତି ନା ନାହିଁ । ଆପଣ ଟ୍ରେନ୍ ଟିକେଟ କେତେ ଜାଣିଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ଟ୍ରେନର ଦାମ୍‌ କେତେ ଆଜି ଆମେ ଜଣାଇବୁ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟେ ଟ୍ରେନରେ ଜେନେରାଲ, ସ୍ଲିପର ଏବଂ ଏସି କୋଚ୍ ଆଦି ବଗି ରହିଥାଏ । ଏହାବ୍ୟତୀତ ଏଥିରେ ପେଣ୍ଟ୍ରୀ କାର, ଗାର୍ଡ ରୁମ୍ ମଧ୍ୟ ଲାଗିଥାଏ । ଜେନେରାଲ କୋଚ ବିଷୟରେ କଥା ହେବା ତ ଗୋଟେ ଜେନେରାଲ କୋଚକୁ ବନାଇବା ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ସେହିପରି ଗୋଟେ ସ୍ଲିପର କୋଚକୁ ପ୍ରସ୍ତୁତ କରିବାରେ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

railwaysଏକ ଏସି କୋଚକୁ ତିଆରି କରିବାରେ ରେଲୱେକୁ ୨ କୋଟି ଟଙ୍କା ଲାଗିଥାଏ । ଏହାବ୍ୟତୀତ ଟ୍ରେନର ଇଞ୍ଜିନ ବିଷୟରେ କଥା ହେବା ତ କେବଳ ୧ ଇଞ୍ଜିନର ଦାମକୁ ବନାଇବା ପାଇଁ ୧୮ ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ପଡିଥାଏ । ଏହି ହିସାବରେ ରେଲୱେକୁ ୨୪ ବଗି ବିଶିଷ୍ଟ ଏକ ସମ୍ପୂର୍ଣ୍ଣ ଟ୍ରେନ ତିଆରି କରିବାରେ ପ୍ରାୟ ୬୦ ରୁ ୭୦ କୋଟି ଟଙ୍‌କା ଖର୍ଚ୍ଚ କରିବାକୁ ପଡିଥାଏ ।

କହିରଖିବାକୁ ଚାହିଁବୁ ଯେ ଗୋଟେ ଟ୍ରେନକୁ ପ୍ରସ୍ତୁତ କରିବାରେ ରେଲୱେକୁ ସମାନ ଟଙ୍କା ଖର୍ଚ୍ଚ କରିବାକୁ ପଡିନଥାଏ । ବରଂ ଅଲଗା ଅଲଗା ଟ୍ରେନକୁ ବନାଇବାରେ ଇଣ୍ଡିଆନ୍ ରେଲୱେକୁ ଅଲଗା ଅଲଗା ଖର୍ଚ୍ଚ କରିବାକୁ ପଡିଥାଏ । ଏହି ଖର୍ଚ୍ଚ ଟ୍ରେନର ଇଞ୍ଜିନ ସମେତ ହିସାବ କରାଯାଏ ।

  • ମେମୁ ୨୦ ଡବା ଥିବା ଟ୍ରେନର ଦାମ୍ ପ୍ରାୟ ୩୦ କୋଟି ଟଙ୍କା ଆସିଥାଏ । କାଲକା ମେଲର ୨୫ ବଗି ବିଶିଷ୍ଟ ଆଇସିଏଫ ଟାଇପ ଟ୍ରେନକୁ ବନାଇବାରେ ୪୦.୦୩ କୋଟି ଟଙ୍କା ଖର୍ଚ୍ଚ ଲାଗିଥାଏ ।
  • ହାୱଡା ରାଜଧାନୀ ୨୧ ଡବା ଥିବା ଏଲଏଚବି ଟାଇପ ଟ୍ରେନର ଦାମ୍ ୬୧.୫ କୋଟି ଟଙ୍କା ଖର୍ଚ୍ଚ ଲାଗିଥାଏ ।
  • ଅମୃତସର ଶତାବ୍ଦୀ ୧୯ ବଗି ଥିବା ଏଲଏଚବି ଟାଇପ ଟ୍ରେନକୁ ବନାଇବାରେ ୬୦ କୋଟି ଟଙ୍କା ଆସିଥାଏ ।

ଏକ ସାଧାରଣ ରେଳ ଗାଡିକୁ ବନାଇବାରେ ରେଳକୁ ଅଧିକରୁ ଅଧିକ ୬୦ ରୁ ୭୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ । ସେହିପରି ଭାରତରେ ଚଳାଚଳ କରୁଥିବା ନୂଆ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ବନାଇବାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ସୂଚନା ପାଇଁ କହିବାକୁ ଚାହିଁବୁ ଯେ ଏବେ କେବଳ ୧୩ଟି ରୁଟରେ ବନ୍ଦେ ଭାରତ ଟ୍ରେନ ଚାଲୁଛି । ଏହାକୁ ବନାଇବାରେ ପ୍ରାୟ ୧୧୦ ରୁ ୧୨୦ କୋଟି ଟଙ୍କା ଖର୍ଚ୍ଚ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.