ଅପରାଜିତାଙ୍କ ବାକ୍ୟ ଆକ୍ରମଣରେ ପ୍ରତିଆକ୍ରମଣ କଲା ବିଜେଡ଼ି, ଶ୍ରୀମୟୀ କହିଲେ ବିକାଶ ସହିପାରୁନାହାନ୍ତି ଭୁବନେଶ୍ବର ସାଂସଦ

ପ୍ରଶାସନ ଯେଉଁ ଉନ୍ନତି ମୂଳକ କାମ କରୁଛି ସାଂସଦଙ୍କ ଭୟ କାହିଁକି? ଏହାର ଉତ୍ତର ଦେଇପାରିବେ କି ସାଂସଦ ଅପରାଜିତା? ଲୋକଙ୍କ feed back ନେଇ ସରକାରଙ୍କ ପ୍ରଶାସନ ଲୋକଙ୍କ ଉନ୍ନତି ପାଇଁ କାମ କରୁଛନ୍ତି। ମାଡାମଙ୍କୁ ଲୋକଙ୍କ ଉନ୍ନତି ଭଲ ଲାଗୁନି କି ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ

ଭୁବନେଶ୍ବର(କେନ୍ୟୁଜ୍):ସାଂସଦ ଅପରାଜିତାଙ୍କୁ କାଉଣ୍ଟର କଲା ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ସେ କହିଛନ୍ତି ଦୀର୍ଘ ଦିନ ପରେ ନିଜର ପାର୍ଟି ଅଫିସରେ ବସି ସାମ୍ବାଦିକ ସମ୍ମିଳନୀ କଲେ। ନବୀନ ପଟ୍ଟନାୟକ ମତେ ଭୁବନେଶ୍ୱର ପାଇଁ ଗୁରୁଦାୟିତ୍ୱ ଦେଇଛନ୍ତି ସେଥିପାଇଁ ତାଙ୍କ ନିଦ ହଜିଯାଇଛି।

ଚାକିରି ଛାଡି ରାଜନୀତିକୁ ଆସିଲେ କିନ୍ତୁ ଆଶ୍ଚର୍ଯ୍ୟର କଥା ପ୍ରଶାସନିକ କ୍ଷେତ୍ରରେ ନଥାଇ ସେଥିରୁ ବାହାରିନାହାନ୍ତି। ଲୋକଙ୍କୁ ସେବା ଦେବା ସରକାରଙ୍କ କାମ। ବିକାଶ ପ୍ରକ୍ରିୟା ଆଗକୁ ବଢିବା ଆମର ଦାୟିତ୍ୱ। ରୋଗୀଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇ ସେବା ଦେବା, ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ କାର୍ଯ୍ୟ କରିବା କେଉଁଟି ଭୁଲ କଥା?  ଲୋକଙ୍କ ସମସ୍ୟା ଗାଁ ଦାଣ୍ଡରେ ସମାଧାନ ହେଇପାରୁଛି। ଆମ ସରକାର ଲୋକଙ୍କ ପାଖରେ ପଂହଁଚୁଛି।

ପ୍ରଶାସନ ଯେଉଁ ଉନ୍ନତି ମୂଳକ କାମ କରୁଛି ସାଂସଦଙ୍କ ଭୟ କାହିଁକି? ଏହାର ଉତ୍ତର ଦେଇପାରିବେ କି ସାଂସଦ ଅପରାଜିତା? ଲୋକଙ୍କ feed back ନେଇ ସରକାରଙ୍କ ପ୍ରଶାସନ ଲୋକଙ୍କ ଉନ୍ନତି ପାଇଁ କାମ କରୁଛନ୍ତି। ମାଡାମଙ୍କୁ ଲୋକଙ୍କ ଉନ୍ନତି ଭଲ ଲାଗୁନି କି ? ଇସ୍କନ ଦେଇ NH ଯାଇଛି ମାଡାମଙ୍କ ଘର ପାଖରେ ସେ ରାସ୍ତା । ତଥାପି ସେ ରାସ୍ତା ବର୍ଷା ହେଲେ ଉବୁଡୁବୁ। ମାଡାମଙ୍କ ପ୍ରତିଶୃତି ପେନ ଏବଂ କାଗଜରେ। ଡ୍ରାମା କରନ୍ତି ସାଂସଦ। ନିଜର ଅପାରଗତା ଏବଂ ନିଜର ଅବହେଳାକୁ ଲୁଚାଇବା ପାଇଁ ସରକାରଙ୍କୁ ବ୍ଲେମ କରିବା ପାଇଁ ଏସବୁ ଡ୍ରାମା। ତାଙ୍କ ଆଚରଣ ଏବଂ ଉଚ୍ଚାରଣ ଲୋକଙ୍କ କାମ ଏବଂ ଉନ୍ନତି ମୂଳକ କାମ ନ ହେବା ତାଙ୍କ ଉଦ୍ଦେଶ୍ୟ। ଯେଉଁ ଉନ୍ନତି ମୂଳକ କାମକୁ ପ୍ରଶ୍ନ କରୁଛନ୍ତି ସେ ଗଣଶିକ୍ଷା ସଚିବ ଥିବା ବେଳେ କେଉଁଠି ଥିଲା ତାଙ୍କ IAS ବୁଦ୍ଧି? କାହିଁକି ସେସମୟରେ 5T ସ୍କୁଲ କରିପାରିଲେ ନାହିଁ? ଆମ ରାଜ୍ୟର ଉନ୍ନତିରେ ଯିଏ ବାଧା ଦେବ ରାଜ୍ୟବାସି କ୍ଷମା ଦେବେ ନାହିଁ। ଅଫିସର ମାନଙ୍କୁ ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦିଅନ୍ତି ସେମାନେ ସେହି କାର୍ଯ୍ୟ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.