ଆଜିଠୁ ପୁଣି ବଢ଼ିବ ତାତି, ୬ ରୁ ୮ ଡିଗ୍ରୀ ଯାଏ ବଢିବ ଦିନ ତାପମାତ୍ରା

ଆଜିଠୁ ପୁଣି ବଢ଼ିବ ତାତି। ୪ ଦିନ ଯାଏ ଉପରମୁହାଁ ହେବ ପାରଦ । ଦିନ ତାପମାତ୍ରା ୬ ରୁ ୮ ଡିଗ୍ରୀ ଯାଏ ବଢିବ । ସର୍ବାଧିକ ତାପମାତ୍ରା ୪୩ରୁ ୪୪ ଡିଗ୍ରୀ ଛୁଇଁବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପୁଣି ବଢ଼ିବ ତାତି । ୪ ଦିନ ଯାଏ ଉପରମୁହାଁ ହେବ ପାରଦ । ଦିନ ତାପମାତ୍ରା ୬ ରୁ ୮ ଡିଗ୍ରୀ ଯାଏ ବଢିବ ।  ସର୍ବାଧିକ ତାପମାତ୍ରା ୪୩ରୁ ୪୪ ଡିଗ୍ରୀ ଛୁଇଁବ ।  ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୪ ତାରିଖ ବେଳକୁ ୧୦ ଜିଲ୍ଲାରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ଜାରି ରହିବ ।  ମାଲକାନଗିରି, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ, ଅନଗୁଳ, ସମ୍ବଲପୁର, ସୁନ୍ଦରଗଡ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୧୫ ତାରିଖରେ ୭ ଜିଲ୍ଲା ପାଇଁ ହିଟୱେଭ ୱାଣ୍ଣିଂ ଜାରି ହୋଇଛି ।  ଏହି ସବୁ ଜିଲ୍ଲା ରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ସେଲସିୟସ ଉପରେ ରହିବାର ସମ୍ଭାବନା ରହିଛି ।  ଏହା ସହ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ବଢିବ ।  ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ । ସେହିପରି ୧୬ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରେ ପହଞ୍ଚିବ। ଉପକୂଳ ଓଡ଼ିଶାର ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା ଓ ଚାନ୍ଦବାଲି ବି ୪୦ ଛୁଇଁପାରେ । ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁଁ ପାଗରେ ପରିବର୍ତ୍ତନ ଆସିଥିଲା । ପ୍ରବଳ ଗୁଳୁଗୁଳିରୁ ଆଶ୍ବସ୍ତି ଲାଭ କରିଥିଲେ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.