ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ଦାଖଲ । ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୪ଟି ସଂସଦୀୟ ଆସନରେ ମତଦନା ହେବ । ତୃତୀୟ ପର୍ଯ୍ୟାୟ ମତଦାନ ମେ ୭ ତାରିଖରେ ହେବ।

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି ।  ଆଜିଠୁ ଆରମ୍ଭ ହେବ ନାମାଙ୍କନ ଦାଖଲ । ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୪ଟି ସଂସଦୀୟ ଆସନରେ ମତଦନା ହେବ । ତୃତୀୟ ପର୍ଯ୍ୟାୟ ମତଦାନ ମେ ୭ ତାରିଖରେ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଶେଷ ତାରିଖ ରହିଛି ଏପ୍ରିଲ ୧୯। ଏପ୍ରିଲ ୨୦ ତାରିଖରେ ଯାଂଚ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଏପ୍ରିଲ ୨୨ । ସ୍ଥଗିତ ଥିବା ମଧ୍ୟପ୍ରଦେଶ ୨୯-ବେତୁଲ ସଂସଦୀୟ କ୍ଷେତ୍ରର ମତଦାନ ମେ ୭ରେ ହେବ । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦର ଓ ନଗର ହାଭେଲି, ଦାମନ ଓ ଦିଉ, ଗୋଆ, ଗୁଜରାଟ, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ।

ସାତୋଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ କରାଯାଉଛି । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଏପ୍ରିଲ ୧୯ ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୬ ଏପ୍ରିଲରେ, ତୃତୀୟ ପର୍ଯ୍ୟାୟ ପାଇଁ ୭ ମେ, ଚତୁର୍ଥ ପର୍ଯ୍ୟାୟ ପାଇଁ ୧୩ ମେ, ପଞ୍ଚମ ପର୍ଯ୍ୟାୟ ପାଇଁ ୨୦ ମେ, ଷଷ୍ଠ ପର୍ଯ୍ୟାୟ ପାଇଁ ୨୫ ମେ ଏବଂ ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ୧ ଜୁନରେ ମତଦାନ ହେବ। ଏ ସମସ୍ତ ପର୍ଯ୍ୟାୟର ଫଳାଫଳ ଜୁନ୪ରେ ଘୋଷଣା କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.