ଖରାଦିନିଆ ବାତ୍ୟା ମୁକାବିଲା ଚିନ୍ତା, ଆଇଏମଡି ସହ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ

ଖରାଦିନିଆ ବାତ୍ୟା ମୁକାବିଲା ନେଇ ଆଇଏମଡି ସହ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ। ଚଳିତ ବର୍ଷ କିପରି ଏହି ସମୟରେ ଆଇଏମଡି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଠିକ ଭାବେ ରହି ପାରିବ ଓ ବାତ୍ୟା ସୃଷ୍ଟି ହେଲେ ଲୋକଙ୍କ ପାଖରେ ସଠିକ ସୂଚନା ପହଞ୍ଚିବ, ସେ ନେଇ ଆଲୋଚନା ହୋଇଛି।

ଭୁବନେଶ୍ୱର (କେନ୍ୟୁଜ): ଖରାଦିନିଆ ବାତ୍ୟା ମୁକାବିଲା ନେଇ ଆଇଏମଡି ସହ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ। ଗତ କିଛି ବର୍ଷ ହେଲା ମେ ମାସରେ ରାଜ୍ୟ ପ୍ରତି ରହୁଛି ବାତ୍ୟା ବିପଦ। ଫନି ଓ ଅମ୍ଫାନ ଭଳି ଖରାଦିନିଆ ବାତ୍ୟା ରାଜ୍ୟର ବ୍ୟାପକ କ୍ଷୟକ୍ଷତି କରିଛି । ତେଣୁ ପ୍ରାକ ମୌସୁମୀକାଳୀନ ବାତ୍ୟା ମୁକାବିଲା ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ଓ ରାଜ୍ୟର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ହୋଇଛି।

ଚଳିତ ବର୍ଷ କିପରି ଏହି ସମୟରେ ଆଇଏମଡି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଠିକ ଭାବେ ରହି ପାରିବ ଓ ବାତ୍ୟା ସୃଷ୍ଟି ହେଲେ ଲୋକଙ୍କ ପାଖରେ ସଠିକ ସୂଚନା ପହଞ୍ଚିବ, ସେ ନେଇ ଆଲୋଚନା ହୋଇଛି। ଖୁବ ଶୀଘ୍ର ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର, ସମସ୍ତ ଜିଲ୍ଲାର ଜରୁରୀକାଳୀନ ଅଧିକାରୀ ଓ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଏକ ମିଳିତ ଅଭ୍ୟାସ ଆୟୋଜିତ ହେବ ବୋଲି ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.