ହିଟୱେଭକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, ଡାକ୍ତରଖାନାରେ ପର୍ଯ୍ୟାପ୍ତ ପ୍ରସ୍ତୁତି ସହ ସଚେତନତା ସୃଷ୍ଟିର ଉପରେ ଗୁରୁତ୍ବ

ଦେଶରେ ଗ୍ରୀଷ୍ମ ପ୍ରବାହର ମୁକାବିଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତୁତି ବୈଠକର ସମୀକ୍ଷା କରିଛନ୍ତି । ହସ୍ପିଟାଲ ମାନଙ୍କରେ ଅତ୍ୟାବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍, ଓଆରଏସ ଏବଂ ପାନୀୟ ଜଳ ଆଦିର ଉପଲବ୍ଧତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହର ମୁକାବିଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତୁତି ବୈଠକର ସମୀକ୍ଷା କରିଛନ୍ତି । ହସ୍ପିଟାଲ ମାନଙ୍କରେ ଅତ୍ୟାବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍, ଓଆରଏସ ଏବଂ ପାନୀୟ ଜଳ ଆଦିର ଉପଲବ୍ଧତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସମୀକ୍ଷା ବୈଠକ ହୋଇଛି। ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୬ ରୁ ୮ ଡିଗ୍ରୀ ସେଲସିୟସ ବୃଦ୍ଧି ହେବା ସମ୍ଭାବନା ରହିଛି । ସର୍ବାଧିକ ତାପମାତ୍ରା ୪୩ରୁ ୪୪ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏପରିସ୍ଥିତିରେ ଯେପରି ଜନଜୀବନ ପ୍ରଭାବିତ ନହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ପ୍ରସ୍ତୁତି ସହିତ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିବା ସହ ଜଙ୍ଗଲରେ ନିଆଁ ଲିଭାଇବା ଓ ଜଙ୍ଗଲ ନିଆଁ ଶୀଘ୍ର ଚିହ୍ନଟ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, ଗୃହ ସଚିବ, ଭାରତୀୟ ପାଣିପାଗ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀମାନେ ଯୋଗ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.