ରାଜ ମହଲ ବୁଲିଲା ଭାଲୁ, ଡାଇନିଂ ଟେବୁଲ ଉପରେ ପରଷା ଯାଇଥିବା ଖାଦ୍ୟ ଖାଇଲା
ଖଡିଆଳ ରାଜ ମହଲ ବୁଲିଲା ଭାଲୁ । ଡାଇନିଂ ଟେବୁଲ ଉପରେ ପରଷା ଯାଇଥିବା ଖାଦ୍ୟ ଖାଇଦେଲା । ରାତିରେ ରାଜାଙ୍କ ସିରିଜା ମଣ୍ଡପ ବୁଲିଲା । ପ୍ରାୟ ଦେଢ ଘଣ୍ଟା ଧରି ରାଜ ମହଲରେ ବୁଲିଥିଲା ଭାଲୁ । ବୁଧବାର ବିଳମ୍ବିତ ରାତିରେ ଭାଲୁଟି ରାଜବାଟି ଭିତରକୁ ପଶି ଆସିଥିଲା । ଭାଲୁକୁ ଦେଖିବା ପରେ ବାହାରକୁ ବାହାରି ଯାଇଥିଲେ ପରିବାର ଲୋକ ।

ନୂଆପଡ଼ା (କେନ୍ୟୁଜ): ଖଡିଆଳ ରାଜ ମହଲ ବୁଲିଲା ଭାଲୁ । ଡାଇନିଂ ଟେବୁଲ ଉପରେ ପରଷା ଯାଇଥିବା ଖାଦ୍ୟ ଖାଇଦେଲା । ରାତିରେ ରାଜାଙ୍କ ସିରିଜା ମଣ୍ଡପ ବୁଲିଲା । ପ୍ରାୟ ଦେଢ ଘଣ୍ଟା ଧରି ରାଜ ମହଲରେ ବୁଲିଥିଲା ଭାଲୁ । ବୁଧବାର ବିଳମ୍ବିତ ରାତିରେ ଭାଲୁଟି ରାଜବାଟି ଭିତରକୁ ପଶି ଆସିଥିଲା । ଭାଲୁକୁ ଦେଖିବା ପରେ ବାହାରକୁ ବାହାରି ଯାଇଥିଲେ ପରିବାର ଲୋକ । କିଛି ସମୟ ଭାଲୁଟି ମହଲ ଭିତରେ ବୁଲିବା ପରେ ରାତ୍ରି ଭୋଜନ ପାଇଁ ଡାଇନିଂ ଟେବୁଲରେ ପରଷା ଯାଇଥିବା ଖାଦ୍ୟକୁ ଖାଇଥିଲା । ପ୍ରାୟ ଦେଡଘଣ୍ଟା ପର୍ଯ୍ୟନ୍ତ ଭାଲୁଟି ରାଜ ପ୍ରସାଦ ଭିତରେ ବୁଲୁଥିବା ଦେଖାଯାଇଥିଲା ।
ଗତ ୩ଦିନ ହେବ ଏହି ଭାଲୁଟି ଖଡିଆଳ ସହରରେ ଆତଙ୍କ ଖେଳାଇଥିବା ଜଣାପଡିଛି । ରାତିହେଲେ ସହରର ବିଭିନ୍ନ ଗଳି କନ୍ଦିରେ ବୁଲୁଛି । ଖଡ଼ିଆଳ ବନ ବିଭାଗ କର୍ମଚାରୀଙ୍କ ସମେତ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ କାବୁ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି l ତେବେ ଭାଲୁ କାବୁ ହୋଇନଥିବାରୁ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ ଗତ ୨ ଦିନ ତଳେ ନୂଆପଡ଼ା ଖଡିଆଳ ସହରରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ରାତି ହେଲେ ବଜାରରେ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ରାତିରେ ଲୋକଙ୍କ ଘର ସାମ୍ନାରେ ଭାଲୁ ବୁଲୁଥିବା ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିଲେ । ତେବେ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାର ଶବ୍ଦ ଓ ଆଲୋକ ଦେଖାଇ ଭାଲୁକୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ଖଡ଼ିଆଳ ନିଲଜି ବନ୍ଧପାଖରେ ଭାଲୁଟି ଥିବା ଜଣାପଡ଼ିଥିବା ବେଳେ ଫରେଷ୍ଟର କନ୍ଦର୍ପ ସୁନାନୀ, ନରେଶ ଦଣ୍ଡସେନାଙ୍କ ତତ୍ତ୍ୱାବଧାନରେ ବନ କର୍ମଚାରୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହିତ ନିଲଜି ବନ୍ଧ ଅଞ୍ଚଳକୁ ଯିବାକୁ ବାରଣ କରିଛନ୍ତି।