Below header

ବୌଦ୍ଧରେ ଘରୋଇ ବସ୍‌ ଉପରେ ସବୁଠୁ ବଡ ଫାଇନ୍‌, କଟିଲା ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଜରିମାନା

ବୌଦ୍ଧ: ବୌଦ୍ଧରେ ଘରୋଇ ବସ୍‌ ଉପରେ ସବୁଠୁ ବଡ ଫାଇନ୍‌ । କଟିଲା ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଜରିମାନା । ବସ୍‌ଟି ଭୁବନେଶ୍ୱରରୁ ବୌଦ୍ଧ ଯାଉଥିଲା । ଏହି ସମୟରେ ବସ୍‌କୁ ଧରିଥିଲା ବୌଦ୍ଧ ଆରଟିଓ । ବସ୍‌ଟି ୫ଟି ଟ୍ରାଫିକ୍‌ ନିୟମ ଉଲଂଘନ କରିଥିବା ଜଣାପଡ଼ିଛି । ବସ୍‌ର ରେଜିଷ୍ଟ୍ରେସନ୍‌ ନଥିଲା, ରୁଟ୍‌ ପରମିଟ୍‌ ନଥିଲା । ସେହିପରି ଇନ୍‌ସୁରାନ୍ସ ଓ ଟ୍ୟାକ୍ସ ଫାଇନ ମଧ୍ୟ କଟାଯାଇଛି । ରେଜିଷ୍ଟ୍ରସନ୍‌ ପାଇଁ ୫ ହଜାର, ରୁଟ୍‌ ପରମିଟ୍‌ ପାଇଁ ୧୦ ହଜାର, ୪ ବର୍ଷର ଇନ୍‌ସୁରାନ୍ସ ନଥିବାରୁ ୨ ହଜାର ଓ ଟ୍ୟାକ୍ସ ପାଇଁ ୬ ଲକ୍ଷ ୫୪ ହଜାର ଟଙ୍କା ଫାଇନ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.