କରୋନା ଯୋଗୁ ସପ୍ତାହେ ହେବ ନିଜ ଚେହେରା ଛୁଇଁନାହାନ୍ତି ଡୋନାଲ୍ଡ ଟ୍ରମ୍ପ୍‌, ଫଟୋ ପୋଷ୍ଟ କରି ସୋସିଆଲ ମିଡିଆରେ ମଜା ଉଡ଼ାଇଲେ ୟୁଜର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନା ମହାମାରୀ ଯୋଗୁ ନିଜ ଚେହେରାକୁ ସପ୍ତାହେ ହେବ ଛୁଇଁନାହାନ୍ତି। ଆଉ ଚେହେରା ଛୁଇଁବାକୁ ସେ ମିସ୍‌ କରୁଛନ୍ତି। ହ୍ଵାଇଟ୍‌ ହାଉସ୍‌ରେ ହୋଇଥିବା ଏକ ବୈଠକରେ ଟ୍ରମ୍ପ୍‌ ଏହା କହିଥିବା ଏକ ନ୍ୟୁଜ୍‌ ଏଜେନ୍ସି ସୂଚନା ଦେଇଛି।

ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଏହି ବୟାନ ପରେ ଟୁଇଟର ୟୁଜରମାନେ ଆକ୍ଟିଭ ହୋଇଯାଇଛନ୍ତି ଏବଂ ଗତ କିଛି ସପ୍ତାହରୁ ନିଆଯାଇଥିବା ତାଙ୍କର ଫଟୋ ସବୁକୁ ପୋଷ୍ଟ କରିବାରେ ଲାଗିଛନ୍ତି। ଏକ ଫଟୋରେ ଟ୍ରମ୍ପ୍‌ ହ୍ଵାଇଟ୍‌ ହାଉସ୍‌ ବୈଠକ ସମୟରେ ନିଜ ହାତକୁ ଥୋଡିରେ ଲଗେଇ ରଖିଥିବା ବେଳେ ଅନ୍ୟ ଏକ ଫଟୋରେ ଚେହେରା ଛୁଉଁଥିବା ନଜର ଆସୁଛନ୍ତି।

k2

ଟ୍ରମ୍ପ୍‌ ଅନେକ ଥର କହିସାରିଛନ୍ତି ଯେ ସେ ଜର୍ମୋଫୋବ୍‌(ଜୀବାଣୁଙ୍କୁ ଅତ୍ୟଧିକ ଭୟ)ରେ ପୀଡ଼ିତ ଏବଂ ସ୍ୱଚ୍ଛତା ପ୍ରତି ଆବେଗ ରଖିଥାଆନ୍ତି। ତେବେ ସାଉଥ୍‌େଓ୍ଵଷ୍ଟ, ୟୁନାଇଟେଡ୍‌, ଆମେରିକାନ୍‌ ଏବଂ ଜେଟ୍‌ବ୍ଲୁ ସମେତ ଦେଶର ପ୍ରମୁଖ ଏୟାରଲାଇନ୍ସର ମୁଖ୍ୟଙ୍କୁ ନେଇ ହ୍ଵାଇଟ୍‌ ହାଉସ୍‌ରେ ଆୟୋଜିତ କରୋନା ସମ୍ପର୍କିତ ବୈଠକରେ ଟ୍ରମ୍ପ୍‌ ଉପରୋକ୍ତ ବୟାନ୍‌ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.