କରୋନା ରୋଗୀଙ୍କ ଜୀବନ ବଞ୍ଚାଇବା ପରେ ସରକାରଙ୍କୁ ବୟଫ୍ରେଣ୍ଡ ମାଗିଲେ ନର୍ସ, କହିଲେ ଏମିତି…

ଚୀନ୍‌ର ବୁହାନ ସହରରୁ ସୃଷ୍ଟ କରୋନା ଏବେ ସାରା ଦୁନିଆରେ ବ୍ୟାପିବାକୁ ଲାଗିଲାଣି। ଖୁବ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ବିଷାଣୁ ଏବେ ଆମ ଦେଶରେ ମଧ୍ୟ ପ୍ରବେଶ କରିସାରିଲାଣି। ବର୍ତ୍ତମାନ ଭାରତର ୨୯ ଜଣଙ୍କ ଠାରେ କରୋନା ବିଷାଣୁ ଚିହ୍ନଟ ହୋଇଛି। ଏହି ସଂଖ୍ୟା ବଢ଼ିପାରେ ବୋଲି ଡାକ୍ତରମାନେ ମତ ଦେଇଛନ୍ତି। କରୋନା ପୀଡ଼ିତଙ୍କ ଜୀବନ ବଞ୍ଚାଇବା ପାଇଁ ଶତାଧିକ ଡାକ୍ତର ଓ ନର୍ସ ନିଜ ଜୀବନକୁ ବାଜିରେ ଲଗାଇ କାମରେ ଲାଗିପଡ଼ିଛନ୍ତି। ଚୀନ୍‌ର ବୁହାନରେ କରୋନା ଭାଇରସ୍‌ରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଟିଆନ୍‌ ଫାଙ୍ଗଫାଙ୍ଗ ନାମ୍ନୀ ଜଣେ ନର୍ସ ନିଜ ଆଡ଼ୁ ଆଗକୁ ଆସିଥିଲେ।

nurse

ରିପୋର୍ଟ ମୁତାବକ ଟିଆନ୍‌ଙ୍କ ପିତା ମଧ୍ୟ ଜଣେ ମେଡିକାଲ କର୍ମଚାରୀ ଥିଲେ। ୨୦୦୩ ମସିହାରେ ସାର୍ସ ବେଳେ ସେ ଶତାଧିକ ଚୀନ୍‌ ବାସିନ୍ଦାଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚାଇଥିଲେ। ପିତାଙ୍କ ପଦାନୁସରଣ କରି ଟିଆନ୍‌ ଏବେ କରୋନା ପୀଡ଼ିତଙ୍କ ଚିକିତ୍ସା କରିବାରେ ଲାଗିପଡ଼ିଛନ୍ତି। ତେବେ ଏହା ବଦଳରେ ସେ ସରକାରଙ୍କୁ ଏକ ଅଜବ ଜିନିଷ ମାଗିଛନ୍ତି। ଟିଆନ୍‌ କହିଛନ୍ତି ଯେ ମୁଁ ଏତେ ଲୋକଙ୍କ ଜୀବନ ବଞ୍ଚାଇଛି ଏହା ପ୍ରତି ବଦଳରେ ସରକାର କେବଳ ମତେ ଗୋଟିଏ ବୟଫ୍ରେଣ୍ଡ ଦିଅନ୍ତୁ। ଚୀନ୍‌ର ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌  Weiboରେ ସେ ଏହା କହିଛନ୍ତି।

corona

ଟିଆନ୍‌ ଲେଖିଛନ୍ତି ଯେ ମୁଁ ଆଶା କରୁଛି କରୋନା ଭାଇରସ୍‌ ସମାପ୍ତ ହେବା ପରେ ସରକାର ମତେ ଏକ ବୟଫ୍ରେଣ୍ଡ ଦେବେ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମୁଁ ଅଧିକାଂଶ ନର୍ସଙ୍କ ଡ୍ରେସ ପଛପଟେ ‘ମତେ ବୟଫ୍ରେଣ୍ଡ ଦରକାର’ ବୋଲି ଲେଖାଥିବା ଦେଖିଛି। ଏଣୁ ଏହି ମେସେଜ୍‌ ସେ ସକାରାତ୍ମକ ମନୋଭାବରେ ଲେଖିଛନ୍ତି ଫଳରେ ଲୋକମାନେ ଏକ ସୁନ୍ଦର ଭବିଷ୍ୟତ ଆଶା କରିପାରିବେ।

nurse3

ଏହି ପୋଷ୍ଟ ପରେ ସେ ଆଉ ଏକ ପୋଷ୍ଟରେ ଲେଖିଛନ୍ତି ଯେ ସତରେ ମୁଁ ବୟଫ୍ରେଣ୍ଡ ଖୋଜୁଛି କିନ୍ତୁ ଏବେ ମୋର ସମ୍ପୂର୍ଣ୍ଣ ଧ୍ୟାନ କାମ ଉପରେ ଅଛି। ମୋ ଉଦ୍ଦେଶ୍ୟ ଏବେ ଲୋକଙ୍କ ସାହାଯ୍ୟ କରିବା ଓ ଏହି କଠିନ ପରିସ୍ଥିତିକୁ ସାମ୍ନା କରିବା।

Leave A Reply

Your email address will not be published.