କରୋନା ଭାଇରସ ମୁକାବିଲା ନେଇ ପୁରୀ ପ୍ରଶାସନର ଜରୁରୀ ବୈଠକ, ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ପାଇଁ ଖୋଲାଯାଇଛି ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ

ପୁରୀ : କରୋନା ଭାଇରସ ମୁକାବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ । ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସିଡିଏମଓ, ପିଡି ଡିଆରଡିଏ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଯୋଗ ଦେଇଥିଲେ । ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ସମ୍ଭାବ୍ୟ କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲାଯାଇଛି ।

ଗତକାଲି ଇଟାଲୀରୁ ଆସିଥିବା ଦୁଇ ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯାଇଛି । ୧୪ ଦିନ ଭିତରେ ପୁରୀ ଆସିଥିବା ପର୍ଯ୍ୟଟଙ୍କ ସଂପର୍କରେ ଜଣାଇବାକୁ ସବୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀରେ ଥିବା ସବୁ ହୋଟେଲ ପାଇଁ ଆଡଭାଇଜାରୀ ଜାରି କରାଯାଇଛି । କରୋନା ମୁକାବିଲା ପାଇଁ ରାପିଡ ରେସପନ୍ସ ଟିମ-ଆରଆରଟି ମୁତୟନ ରହିଛି । ପଞ୍ଚାୟତିରାଜ ବିଭାଗ ଓ ସବୁ ବ୍ଲକ, ତହସିଲ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.