ଇଟାଲୀରେ କିସ୍‌ ଉପରେ ଲାଗିଲା ବ୍ୟାନ, ଜାଣନ୍ତୁ କଣ ରହିଛି ଏହା ପଛରେ ଭୟାନକ କାରଣ

କରୋନା ଭାଇରସ ବ୍ୟାପିବାର ଅନେକ କାରଣ ରହିଛି, ଯାହାର ସଂକ୍ରମଣ ପାଇବା କଷ୍ଟକର ହୋଇପଡିଛି। ବିଶ୍ୱର ଭିନ୍ନ ଭିନ୍ନ ଦେଶରେ କରୋନାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ଅନୁଯାୟୀ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅନୁଯାୟୀ ଇଟାଲୀ ସରକାର ନୂଆ ପଦକ୍ଷେପ ଜାରି କରିଛନ୍ତି। ସରକାର ଲୋକଙ୍କୁ ଜଣେ ଅନ୍ୟଜଣଙ୍କୁ କିସ୍‌ କରିବାରେ ରୋକ୍‌ ଲଗାଇଛନ୍ତି। ସୂଚନା ମୁତାବକ ଇଟାଲୀରେ କିସ୍‌ କରିବାର ପ୍ରଥା ରହିଛି। ଅଧିକାଂଶ କପଲ୍‌ମାନେ ସାର୍ବଜନିକ ସ୍ଥାନରେ ମଧ୍ୟ କିସ୍‌ କରୁଥିବାର ମଧ୍ୟ ଦେଖିବାକୁୁ ମିଳେ। ରିପୋର୍ଟ ଅନୁଯାୟୀ କରୋନା ଭାଇରସର ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ଇଟାଲୀ ତୃତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶରେ ଭାଇରସ କାରଣରୁ ୭୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦୦ ରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି।

coronavirus-ଇଟାଲୀ ସରକାରଙ୍କ କହିବାନୁଯାୟୀ ଭାଇରସ ଆତଙ୍କ ଦେଖିବା ପରେ ସରକାର ପବ୍ଲିକ ଗ୍ୟାଦେରିଂ(ଜନଗହଳି ପୂର୍ଣ୍ଣ) ଉପରେ ମଧ୍ୟ ରୋକ୍‌ ଲଗାଇବା ପାଇଁ ସ୍ଥିର କରିଛନ୍ତି। ଏଥିସହ ଇଟାଲୀରେ ସମସ୍ତ ଫୁଟବଲ୍‌ ମ୍ୟାଚ ରଦ୍ଦ କରାଯିବା ସହ ବଡ ବଡ ମ୍ୟୁଜିକ୍‌ ଶୋ’ ମଧ୍ୟ ଅନିଶ୍ଚିତକାଳ ପାଇଁ କ୍ୟାନସଲ କରାଯାଇଛି। ଇଟାଲୀର ଶିକ୍ଷା ମନ୍ତ୍ରୀ ଲୁସିୟା ଏଜୋଲିନାଙ୍କ କହିବାନୁଯାୟୀ ଏହି ଭାଇରସ୍‌ ବ୍ୟାପିବା କାରଣରୁ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନେଇ ବିଚାର କରାଯାଉଛି।

couple-kissingସୂଚନା ଅନୁଯାୟୀ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୯ ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ମାମଲା ସାମ୍ନାକୁ ଆସିଛି। ସମଗ୍ର ବିଶ୍ୱରେ କରୋନା ଭାଇରସ କାରଣରୁ ପାଖାପାଖି ୩,୨୮୫ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯୫,୪୮୧ ଜଣ ସଂକ୍ରମିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.