Below header

ଚୀନରୁ ଫେରିଥିବା ସମସ୍ତ ଭାରତୀୟଙ୍କ କରୋନା ରିପୋର୍ଟ ନେଗେଟିଭ, ଏନେଇ କ୍ୟାବିନେଟ ବୈଠକରେ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ହର୍ଷବର୍ଦ୍ଦନ

କରୋନା ଭାଇରସକୁ ନେଇ ସରକାର ବୟାନ ଜାରି କରିଛନ୍ତି । ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ. ହର୍ଷବର୍ଦ୍ଦନ କହିଛନ୍ତିକି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସର ସମୁଦାୟ ୨୯ଟି ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତିକି ଚୀନର ବୁହାନ ସହରରେ ଫସି ରହିଥିବା ସମସ୍ତ ଭାରତୀୟଙ୍କୁ ୨ ଟି ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ସପ୍ତାହ ଭିତରେ ଭାରତକୁ ଅଣାଯାଇଛି । ଚୀନରୁ ଆସିଥିବା ଏହି ସମସ୍ତ ଯାତ୍ରୀଙ୍କ କରୋନା ରିପୋର୍ଟ କିନ୍ତୁ ନେଗେଟିଭ ଆସିଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ନେଇ ଦେଶବ୍ୟାପି ହସ୍ପିଟାଲ ଗୁଡିକରେ ଆଇସୋଲେସନ ୱାର୍ଡ ମାନ ମଧ୍ୟ ନିର୍ମାଣ କରାଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ ଅଧିକ ରୁ ଅଧିକ ତଥ୍ୟ ପାଇବା ପାଇଁ ସେ ନିରନ୍ତର ଡବ୍ଲୁଏଚଓ ସମ୍ପର୍କରେ ଅଛନ୍ତି ।

corona new

ତାଙ୍କ ଅନୁଯାୟୀ ମାର୍ଚ୍ଚ ୪ ସୁଦ୍ଧା ପାଖାପାଖି ୨୮୫୨୯ ଜଣଙ୍କୁ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ରଖାଯାଇ ସେମାନଙ୍କ ଯତ୍ନ ନିଆଯାଉଛି । କହିରଖିବା ଉଚିତ ହେବକି ଭାରତରେ ୨୯ଙ୍କ ଠାରେ କରୋନା ପଜିଟିଭ ପାଇବା ପରେ ପରେ ଦେଶରେ ଯେମିତି ଏକ ପ୍ରକାର ଆତଙ୍କ ଖେଳିଯାଇଛି । ବୁଧବାର ଅନୁଷ୍ଠିତ ହୋଇଥିବା ମନ୍ତ୍ରିମଣ୍ଡଳର ଏକ ମିଟିଂ ପରେ ହର୍ଷବର୍ଦ୍ଦନ ଆହୁରି ମଧ୍ୟ କହିଛନ୍ତିକି, କେନ୍ଦ୍ର ସରକାର ଏଣିକି ସମସ୍ତ ରାଜ୍ୟ ସହ ମିଶି ହିଁ ଆଗକୁ ବିଭିନ୍ନ ପଦକ୍ଷେପ ମାନ ନିଆଯିବା ନେଇ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ତଥା ରାଜ୍ୟ ସରକାର ମିଳିମିଶି କାମ କଲେ କରୋନା ପରି ଏକ ମାରାତ୍ମକ ବିସାଣୁ ସହ ଲଢ଼ିବାରେ ଭାରତ ସକ୍ଷମ ହେବ ବୋଲି ହର୍ଷ ବର୍ଦ୍ଦନ କହିଛନ୍ତି ।

corona new

ଇରାନରେ ଫସି ରହିଥିବା ଭାରତୀୟଙ୍କୁ ତୁରନ୍ତ ସେଠାରୁ ଆଣିବା ବଦଳରେ ସେଠାରେ ସେମାନଙ୍କ ଚିକିତ୍ସା କରାଯାଇ ଅଣାଯିବ ବୋଲି କହିଛନ୍ତି ହର୍ଷବର୍ଦ୍ଦନ । ଏଥିପାଇଁ ଭାରତ ସରକାର ଇରାନ ସରକାରଙ୍କ ସହ ଲଗାତାର ସମ୍ପର୍କରେ ଥିବା ଜଣାଯାଇଛି । ଭାରତ ତରଫରୁ ସେଠାରେ ଏକ ଲ୍ୟାବର ନିର୍ମାଣ କରାଯାଉଥିବା ବେଳେ ୪ ଜଣ ବିଶିଷ୍ଟ ଏକ ବୈଜ୍ଞାନିକ ଦଳକୁ ସେଠାକୁ ପଠାଯାଇଥିବା ସୂଚନା ମିଳିଛି । ବୁଧବାର ହୋଇଥିବା ଏହି ମିଟିଂରେ ନିଷ୍ପତ୍ତି ହୋଇଛି ଯେ ଏଣିକି ଦେଶର ସମସ୍ତ ୨୧ ଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଆସୁଥିବା ଯାତ୍ରୀ ମାନଙ୍କ ଥର୍ମାଲ ସ୍କ୍ରିନିଂଙ୍ଗ ଟେଷ୍ଟ କରାଯିବ । ଯେବେକି ଏବେ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଦେଶର କେତେକ ଯାତ୍ରୀଙ୍କର ହିଁ ଏହି ଟେଷ୍ଟ କରାଯାଉଥିଲା । ଏକ ରିପୋର୍ଟରୁ ଜଣାଯାଇଛି ଯେ ଏବେ ପର୍ଯ୍ୟନ୍ତ ପ୍ରାୟ ୫୯୦୦୦୦ ଜଣଙ୍କର ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ କରାଯାଇ ସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.