ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଗାଜା’, ୨୪ ଘଣ୍ଟାରେ ନେବ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ

ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ବାତ୍ୟା ଗାଜା । ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆସନ୍ତା ୨୪ ଘଣ୍ଟା ଭିତରେ ସାମୁଦ୍ରିକ ଝଡ଼ ଗାଜା ତୀବ୍ରତର ହେବ । ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାଇଁ ଜାରି ହୋଇଛି ବାତ୍ୟା ସତର୍କତା । ସାମୁଦ୍ରିକ ଝଡ଼ ଗାଜା ବର୍ତ୍ତମାନ୍‌ ଚେନ୍ନାଇଠାରୁ ୮୬୦ କିଲୋମିଟର ପୂର୍ବ ଉତ୍ତର-ପୂର୍ବ ଦିଗରେ ଓ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ୯୦୦ କିଲୋମିଟର ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ବାତ୍ୟା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିବ ।

ଆଗାମୀ ୪୮ ଘଣ୍ଟାରେ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଅଗ୍ରସର ହେବା ସମ୍ଭାବନା ରହିଛି । ଏତିକିବେଳେ ଧୀରେ ଧୀରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇପାରେ । ୧୨ ତାରିଖ ବେଳକୁ ଗାଜା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ସେତେବେଳେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବହନ ବହିପାରେ । ସମୁଦ୍ର ଭିତରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଓଡ଼ିଶାରେ ଗାଜାର କୌଣସି ପ୍ରଭାବ ପଡ଼ିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.