Below header

ଓଃ କି ମସ୍ତବଡ଼ ଭୁଲ କରି ଦେଲେ ଶିକ୍ଷକ ? କଲେଜ ପ୍ରୋଜେକ୍ଟରରେ ଚାଲିଲା ପର୍ନ

ତାଇଓ୍ୱାନ : ଚାଇନିଜ ତାଇପେର ନ୍ୟୁ ତାଇପେ ସିଟିରେ ଥିବା ଏକ କଲେଜରେ ପାଠ ପଢ଼ାଉଥିଲେ ଶିକ୍ଷକ ଜଣକ । ହେଲେ ଏମିତି କଣ ହେଲା ଯେ ଅଚାନକ କ୍ଲାସରେ ବସିଥିବା ପିଲାମାନଙ୍କ ଲାଜରେ ମୁଣ୍ଡ ନଇଁଗଲା । କିନ୍ତୁ ତା ପରେ ଖୁବ୍ ମଜା ନେଇ ଶିକ୍ଷକଙ୍କୁ ଥଟ୍ଟା ପରିହାସ କଲେ । ଚାଲନ୍ତୁ ଜାଣିବା ଘଟଣା କଣ ?

ଶିକ୍ଷକ ଜଣକ ପାଠ ପଢ଼ାଉଥିବା ସମୟରେ ନିଜ ଲାପଟପରେ ଏକ ପ୍ରୋଜେକ୍ଟ ପିଲାମାନଙ୍କୁ ଦେଖାଇବାକୁ ଚାହିଁଲେ । ଲାପଟପରେ ପ୍ରୋଜେକ୍ଟଟିକୁ ପ୍ଲେ କରି କିଛି ସମୟ ପାଇଁ ବାହାରକୁ ଚାଲିଗଲେ ଶିକ୍ଷକ । ବେଶି ନୁହେଁ ମାତ୍ର ୨୦ କି ୨୫ ସେକେଣ୍ଡ ପରେ ପୁଣି ସେ କ୍ଲାସ୍ ରୁମକୁ ଫେରି ଯାହା ଦେଖିଲେ ସେଥିରେ ତାଙ୍କର ହୋସ୍ ଉଡ଼ିଗଲା । କଲିଜା ପୂରା ଥରିଲା । ଲାପଟପ୍ କନେକସନ୍ ଥିବା ପରଦାରେ ଚାଲିଥିଲା ପର୍ନ ଫିଲ୍ମ । ତାଙ୍କ ମୁହଁ ନାଲି ପଡ଼ିଗଲା । ଆଉ ଉପାୟ ନପାଇ ଶିକ୍ଷକ ଜଣକ ତୁରନ୍ତ ଲାପଟପକୁ ବନ୍ଦ କରିବାକୁ ଚେଷ୍ଟା କଲେ । ତେବେ ଅଚାନକ ଏଭଳି ଘଟଣାରେ ହଡ଼ବଡ଼େଇ ଗଲେ । ତେଣୁ ପୂରା ସିଷ୍ଟମ ବନ୍ଦ କରିବାକୁ କିଛି ସମୟ ଲାଗିଲା । ତା ଭିତରେ କିଛି ପିଲା ତଳକୁ ମୁଣ୍ଡପୋତି ବସିଥିବା ବେଳେ ଆଉ କିଛି ନିଜ ମୋବାଇଲରେ ସେହି ପର୍ନ ଭିଡିଓକୁ ରେକର୍ଡିଂ କରି ନେଇଥିଲେ । ତେବେ ସମସ୍ତେ ଶିକ୍ଷକଙ୍କ ଏହି କାରନାମାରେ ହସି ହସି ଗଡ଼ି ଯାଉଥିଲେ । ଖାଲି ସେତିକି ନୁହେଁ ଏହି ଘଟଣା ସଂଗେ ସଂଗେ ଟ୍ବିଟରରେ ବି ସେୟାର ହୋଇଗଲା ।

ପରେ ଖୁବ୍ ଲଜ୍ଜିତ ଅନୁଭବ କରିଥିଲେ ଶିକ୍ଷକ ଜଣକ । କହିଥିଲେ ମୋ ନିଜ ଲାପଟରେ ଏହାକୁ ରଖିଥିଲି । ତାକୁ ଭୁଲରେ ପ୍ଲେ କରି ଦେଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.