Below header

ବର୍ଷାରେ ବେହାଲ ସାରା ଭୁବନେଶ୍ୱର

ଭୁବନେଶ୍ୱର: ପୂରା ରାଜଧାନୀ ଜଳାର୍ଣ୍ଣବ। ରାଜରାସ୍ତାରେ ଲହଡି ମାରୁଛି ପାଣି। ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାସ୍ତାରେ ଯାନବାହନ ଯିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି। ଇସ୍କନ ମନ୍ଦିର ଆଗରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଜଳମଗ୍ନ ହୋଇଛି ତଳିଆ ଅଞ୍ଚଳ। ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି। ସହିଦ ନଗରରୁ ଆରମ୍ଭ କରି ବମିଖାଲ, ନୟାପଲ୍ଲୀ ବେହେରା ସାହି, ଇସ୍କନ ମନ୍ଦିର ସାମ୍ନା, ଜୟଦେବ ବିହାର, ଆଚାର୍ୟ୍ୟ ବିହାର, ଡମଣା, ବରମୁଣ୍ଡା, ଫାୟାର ଷ୍ଟେସନ, ପାୱାର ହାଉସ ଛକ, ୟୁନିଟ-୮ ଅଞ୍ଚଳରେ ରାସ୍ତା ଉପରେ ପାଣିର ସୁଅ ଛୁଟୁଛି।

ଘର ଭିତରେ ପାଣି ପଶିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତାକାଲି ପର୍ୟ୍ୟନ୍ତ ବର୍ଷା ଲାଗି ରହିବ। ଗତକାଲି ଉପକୂଳ ଓଡ଼ିଶାରେ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିଛି। ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଆଜି ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି। ଏଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ, ସଙ୍ଗେ ସଙ୍ଗେ ଏସଆରସିଙ୍କ କାର୍ୟ୍ୟାଳୟକୁ ଜଣାଇବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.