Below header

ଜୀବନ ଜିଇଁବାର ନାଁ : ଏହା ଶିଖାଇଥାଏ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ଏହି ଅଭୂଲା ଡାଇଲଗ୍

ଅନେକ ଷ୍ଟାର୍ ଦେଖିଛି ବଲିଉଡ୍ । ସେମାନଙ୍କ ମଧ୍ୟରୁ କିଏ ରାତିର ଅନ୍ଧାରରେ ଲୁଚିଯାଏ ତ ଆଉ କିଏ ଛୁଇଁଥାଏ ସଫଳତାର ଶୀର୍ଷ । କିଏ କେତେବେଳେ ଆସେ ଆଉ କେତେବେଳେ ଚାଲିଯାଏ । ହେଲେ ସେମାନଙ୍କ ମଧ୍ୟରୁ ଖୁବ୍ କମ୍ ଷ୍ଟାର୍ ଅଛନ୍ତି ଯେଉଁମାନେ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ମୃତ୍ୟୁ ପରେ ମଧ୍ୟ ଦର୍ଶକଙ୍କ ହୃଦୟରେ ଏମାନେ ଜୀବିତ । ଆଉ ସେମାନଙ୍କୁ ଜୀବିତ ରଖିଛି ସେମାନଙ୍କ ନିଆରା ଅନ୍ଦାଜ୍ ଏବଂ ଚତ୍ମକାର ଅଭିନୟ। ନିଜର ଅଭିନୟର ଯାଦୁରେ ରାତା ରାତି ପାଲଟି ଯାଆନ୍ତି ସୁପର୍ ଷ୍ଟାର୍ । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ସେହି ସୁପର୍ ଷ୍ଟାରଙ୍କ ବିଷୟରେ କିଛି ଜଣାଇବୁ ଯିଏ ନିଜର ଅନ୍ଦାଜ ପାଇଁ ହୋଇପାରିଥିଲେ ବଲିଉଡର ପ୍ରଥମ ସୁପର୍ ଷ୍ଟାର୍ । ଏବେ ଆପଣ ଜାଣି ସାରିବେଣି ଆମେ କାହା ବିଷୟରେ ଆଲୋଚନା କରୁଛୁ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡର ପ୍ରଥମ ସୁପର୍ ଷ୍ଟାର୍ ରାଜେଶ୍ ଖାନ୍ନା ।

ରୋମାନ୍ସ, ଆକ୍ସନ୍ ଓ ଇମୋସନଭରା କାହାଣିକୁ ଖୁବ୍ ଚତ୍ମକାର ଢଙ୍ଗରେ ପରଶି ପାରୁଥିବା ରାଜେଶ୍ ଖାନ୍ନା ନିଜର ସିନେମା କ୍ୟାରିୟରରେ ଅନେକ୍ ଅଭୁଲା ଡାଇଲଗ୍ ଦେଇଛନ୍ତି । ଲାଇନ୍ ଏମିତି ଯାହା ଆଜିବି ଅନେକ୍ ସିନେମାରେ ଦୋହରା ହେଉଥିବାର ନଜିର୍ ରହିଛି । ହିନ୍ଦୀରେ ପରସି ଥିବା ଏମିତି କିଛି ଡାଇଲଗ୍ ଯାହା ସତ ଜୀବନରେ କିଛି ଶିକ୍ଷାର ମାର୍ଗ ସାଜିଥିଲା ।

୧୯୭୨ରେ ଆସଥିବା ’ଅମର ପ୍ରେମ୍’ ସିନେମାର ଏହି ଡାଇଲଗଟିକୁ ମନେ ପକାଇ ନିଅନ୍ତୁ ଯାହା ଏବେବି ଅନେକ କଥାରେ କଥାରେ ଦୋହରାଇଥାନ୍ତି : ‘‘ ପୁଷ୍ପା, ମୁଜସେ ୟେ ଆଁଶୁ ନେହିଁ ଦେଖି ଯାତି । ଆଇ ହେଟ୍ ଟିଅରସ..’’ । ପୁଣି ଏଇ ବର୍ଷ ୧୯୭୨ରେ ରାଜେଶ୍ ଖାନ୍ନା ’ବାବର୍ଚ୍ଚି‘ ହୋଇ ଆସିଲେ ଏବଂ ସଂସ୍କାରି ବାବର୍ଚ୍ଚି ଘର ଲୋକଙ୍କ ସହ ଦର୍ଶକଙ୍କୁ ଜୀବନ ଯିଇବାର ତରିକା ମଧ୍ୟ ଶିଖାଇ ଥିଲେ । ଆସନ୍ତୁ ମନେ ପକାଇବା ବାବର୍ଚ୍ଚି ସିନେମାର ଡାଇଲଗଟି କୁ : ‘‘ ଜିସମେ ଇନସାନ୍ କି ଭଲାଇ ହୋ, ବୋ କାମ୍ କଭି ବୁରା ନହିଁ ହୋତା’’ ।

‘ଆନନ୍ଦ‘ରାଜେଶ୍ ଖାନ୍ନାଙ୍କର କ୍ଲାସିକ୍ ସିନେମା ମଧ୍ୟରୁ ଗୋଟେ । ୧୯୭୧ରେ ଆସିଥିବା ଏହି ସିନେମାଟିରେ ରାଜେଶ୍ ଖାନ୍ନାଙ୍କ ସହ ଅମିତାଭ୍ ବଚ୍ଚନ୍ ଲିଡରୋଲରେ ନଜର୍ ଆସିଥିଲେ । ଏହି ସିନେମାଟିରେ ସେ ଏକରୁ ବଢି ଏକ୍ ଡାଇଲଗ ଦେଇଥିଲେ । ଆସନ୍ତୁ ଜାଣିବା ଏହି ସିନେମାର ଦୁଇଟି ହିଟ୍ ଡାଇଲଗ୍ : ’’ ବାବୁ ମୋସାୟେ, ଜିନ୍ଦେଗୀ ବଡି ହୋନି ଚାହିଏ ଲମ୍ବି ନହିଁ’’ । ଏହି ସିନେମାର ଅନ୍ୟ ଏକ ଡାଇଲଗ୍ ଯାହା ଏବେବି ମନେ ପକାନ୍ତି ଦର୍ଶକ ‘‘ ଏ ! ବାବୁ ମୋସାୟେ, ଜିନ୍ଦେଗୀ ଅର୍ ମତ ଉପର୍ ବାଲେ କି ହାତ ହୈ । ଇସେ ନା ଆପ୍ ବଦଲ ସକତେ ହେଁ ନା ମେ’’ ।

ଅସିତ୍ ସେନଙ୍କ ନିର୍ଦ୍ଦେଶିତ ସିନେମା ’ସଫର’ରେ ରାଜେଶ୍ ଖାନ୍ନା, ଶର୍ମିଲା ଟାଗୋରର ଲିଡରୋଲରେ ଥିଲେ । ୧୯୭୦ରେ ଆସିଥିବା ଏହି ସଫର ସିନେମାଟିରେ କ୍ୟାନ୍ସର୍ ପେସେଣ୍ଟ୍ ଭୂମିକାରେ ଅଭିନୟ କରିଥିଲେ । ‘‘ୟେ ତୋ ମେ ହି ଜାନତା ହୁଁ କି ଜୀନ୍ଦେଗିକେ ଆଖରି ମୋଡ୍ ପର କିତନା ଅନ୍ଧେରା ହୈ’’ ଏହି ସିନେମାର ଆଉ ଏକ ଡାଇଲଗ ଯାହାକି ଦର୍ଶକଙ୍କ ମନ କିଣି ଥିଲା ‘‘ ମେ ମରନେ ସେ ପେହଲେ ମରନା ନେହିଁ ଚାହତା’’ । ୧୯୬୯ରେ ମୁକ୍ତିଲାଭ କରିଥିବା ସିନେମା ‘ଅରୁନ୍ଧତୀ’ ରେ ଦର୍ଶକ ମାନଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା ରାଜେଶ୍ ଖାନ୍ନା ଓ ଶର୍ମିଲା ଟାଗୋରଙ୍କ ଯୋଡି । ଏହି ସିନେମାଟିର ହିଟ୍ ଡାଇଲଗ୍ ଥିଲା ସୁପର୍ ଡୁପର୍ । ଯାହା ଏବେ ବି ଅଭୁଲା ’’ଏକ୍ ଛୋଟାସା ଜଖମ ବହତ ଗେହରା ଦାଗ୍ ବନ ସକତା ହୈ ଅର୍ ଏକ୍ ଛୋଟିସି ମୁଲାକାତ୍ ଜୀନ୍ଦେଗି ଭର କା ସାଥ ବନସକତି ହୈ’’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.