ଲୋକସଭାରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭାରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ। ୧୫ ବର୍ଷ ପରେ ତେଲୁଗୁଦେଶ ପାର୍ଟି ଆଣିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ୩୨୫ ମତ ପଡିଥିଲା। ସମର୍ଥନରେ ପଡିଥିଲା ମାତ୍ର ୧୨୬ ଭୋଟ୍। ବିଳମ୍ବତି ରାତି ଯାଏଁ ଚାଲିଥିବା ୧୨ଘଣ୍ଟାର ମାରାଥନ ଆଲୋଚନା ପରେ ଭୋଟିଂ ହୋଇଥିଲା। ୪୫୧ ଜଣ ସାଂସଦ ମତଦାନରେ ଭାଗ ନେଇଥିଲେ। ଲୋକସଭାରେ ସରକାର ବିଶ୍ୱାସ ମତ ଜିତିବା ପରେ ଗୃହକୁ ଆସନ୍ତା ସୋମବାର ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି। ଏହି ଦିନ ରାଜ୍ୟସଭାରେ ଏହା ଉପରେ ଆଲୋଚନା ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.