Below header

ଆଜି ସାନ୍ଧ୍ୟ ଦର୍ଶନ: ଜନ୍ମବେଦୀରେ ସରିବ ମହାପ୍ରଭୁଙ୍କ ଲୀଳା

ପୁରୀ: ଜନ୍ମବେଦୀରେ ସରିବ ମହାପ୍ରଭୁଙ୍କ ଲୀଳା। ଆଜି ସାନ୍ଧ୍ୟ ଦର୍ଶନ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ ଦେବେ ମହାବାହୁ। ଆଜି ଜନ୍ମବେଦୀରେ ମହାବାହୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସାଂଧ୍ୟ ଦର୍ଶନ ପାଇଁ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି।

ସଂଧ୍ୟା ୭ଟା ପରେ ଦର୍ଶନ ବନ୍ଦ କରାଯିବ। ତେଣୁ ସନ୍ଧ୍ୟା ୭ଟା ପୂର୍ବରୁ ଦର୍ଶନ ଶେଷ କରିବାକୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହା ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି। ଆସନ୍ତାକାଲି ବାହୁଡ଼ା ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନୀଳକନ୍ଦର ଫେରିବେ ନୀଳମଣି।

ସେପଟେ ଠାକୁରଙ୍କୁ ବାହୁଡ଼ାଇ ନେବା ପାଇଁ ତିନି ରଥ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି। ସୋମବାର ରଥ ଉପରେ ସୁନାବେଶ ଓ ମଙ୍ଗଳବାର ଅଧରପଣା ନୀତି ଅନୁଷ୍ଠିତ ହେବ। ବୁଧବାର ନିଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.