Below header

ଘୂର୍ଣ୍ଣିବଳୟ ପ୍ରଭାବ: ଆହୁରି ବର୍ଷିବ ୪୮ ଘଣ୍ଟା

କେନ୍ୟୁଜ୍: ଆନ୍ଧ୍ରପ୍ରଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମୀ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ସୂଚନା ଦେଇଛି, ଆହୁରି ୪୮ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ। ୮ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲି ଭୁନେଶ୍ୱରରେ ସର୍ବାଧିକ ୧୪୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କଟକରେ ୧୧୪, ବାଲେଶ୍ୱରରେ ୧୧୨, ପାରାଦୀପରେ ୯୮ ଓ ଗୋପାଳପୁରର ୯୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ଉବୁଟୁବୁ ହେଉଛି ଟ୍ଵିନ୍‌ସିଟି। କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ତ ଆଉ କେଉଁଠି ଘର ଭିତରେ ପାଣି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ବିଶେଷକରି ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯିବା ଆସିବାପାଇଁ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.