ବହି ଭଳି ଫୋଲଡ୍ ହୋଇଯିବ ସାମସଙ୍ଗର ଏହି ସ୍ମାର୍ଟଫୋନ, ୧ ଅକ୍ଟୋବରରେ ହେବ ଲଞ୍ଚ
ସାମସଙ୍ଗ ନିଜର ସବୁଠାରୁ ପ୍ରିମିୟମ ସ୍ୱାର୍ଟଫୋନ ‘ଗାଲାକ୍ସୀ ଫୋଲଡ୍’କୁ ଭାରତରେ ଅକ୍ଟୋବର ୧ରେ ଲଞ୍ଚ କରିବାକୁ ଯାଉଛି। ଖବର ଅନୁଯାୟୀ ଏହି ସ୍ମାର୍ଟଫୋନ କମ୍ ଟ୍ୟବଲେଟ ‘ଗାଲାକ୍ସୀ ଫୋଲଡ୍’ର ଦାମ ଭାରତରେ ପ୍ରାୟ ୧.୭୫ ଲକ୍ଷ ଟଙ୍କା ରହିଛି। କୁହାଯାଉଛି ଯେ ଏହାକୁ ବଛାବଛା ରିଟେଲ ଆଉଟଲେଟସ୍ ଏବଂ ପ୍ରୀ-ବୁକ୍ ମୋଡ୍ ଜରିଆରେ କିଣିପାରିବେ।
ଏହି ସ୍ମାର୍ଟଫୋନକୁ ଏପ୍ରିଲ ୨୬ରେ ଲଞ୍ଚ କରାଯିବାର ଥିଲା କିନ୍ତୁ ଏହାକୁ ଡିସପ୍ଲେକୁ ନେଇ କିଛି ତ୍ରୁଟିକୁ ସପୋର୍ଟ କରାଯାଇଥିଲା। ଏହି କାରଣରୁ ଏହାକୁ ଫିକ୍ସ କରିବା ପାଇଁ ଲଞ୍ଚକୁ ସ୍ଥଗିତ କରାଯାଇଥିଲା। ସୂଚନା ଅନୁଯାୟୀ ଗାଲାକ୍ସୀ ଫୋଲଡ ୫ଜି ଟେକ୍ନୋଲୋଜୀର ସପୋର୍ଟ କରିବ।
ଗାଲାକ୍ସୀ ଫୋଲଡ ଫିଚର୍ସ
ଡିଭାଇସରେ ଫୋନର କଭରରେ ୪.୬ ଇଞ୍ଚର ସ୍କ୍ରୀନ ମଧ୍ୟ ଦିଆଯାଇଛି, ଏହାକୁ ଖୋଲିବା ପରେ ୭.୩ ଇଞ୍ଚର ଡିସପ୍ଲେ ହୋଇଯାଇଥାଏ। ଏହା ବନ୍ଦ ହେବା ପରେ ଏଥିରେ ଥିବା ୪.୬ ଇଞ୍ଚର ଡିସପ୍ଲେକୁ ବ୍ୟବହାର କରାଯାଇପାରେ। ଡିସପ୍ଲେର ୧୫୩x୨୧୫୨ ରିଜୋଲ୍ୟୁସନ ରହିଛି ଏବଂ ସହିତ ଫୋନକୁ ଛୋଟ ୪.୬ ଇଞ୍ଚ କଲେ ୮୪୦x୧୯୬୦ ରିଜୋଲ୍ୟୁସନ ଡିସପ୍ଲେ ଦିଆଯାଇଛି। ଗାଲାକ୍ସୀ ଫୋଲଡରେ ୭nm ପ୍ରୋସେସରର ୧୨ଜିବି ରାମ୍ ରହିଛି।
ଏହାସହ ପଢନ୍ତୁ : ୟୁଟ୍ୟୁବରେ ଦେଖିବା ବେଳେ ଅଟକି ଯାଉଛି କି ଭିଡିଓ, ଯଦି ସ୍ଲୋ ଚାଲୁଛି ତେବେ ଏହି ଟ୍ରିକ୍ ଆପଣଙ୍କୁ ନିଶ୍ଚୟ କରିବ…
କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୧୬ ମେଗାପିକ୍ସେଲର ଅଲଟ୍ରା-ଓ୍ଵାଇଣ୍ଡ କ୍ୟାମେରା, ଗୋଟିଏ ୧୨ ମେଗାପିକ୍ସେଲର ଟେଲିଫଟୋ କ୍ୟାମେରା ଏବଂ ଅନ୍ୟଟି ୧୨ ମେଗାପିକ୍ସେଲର ଓ୍ଵାଇଡ୍ ଆଙ୍ଗଲ କ୍ୟାମେରା ଦିଅଯାଇଛି। ଫୋନର ଫ୍ରଣ୍ଟ କ୍ୟାମେରା ୧୦ ମେଗାପିକ୍ସେଲ ସେନସର ବିଶିଷ୍ଟ ଅଟେ। ଏହି ଆଣ୍ଡ୍ରଏଡ୍ ୯.୦ ପାଇ ବେସର ସାମସଙ୍ଗ ଓ୍ଵାନ ୟୁଆଇରେ କାମ କରିଥାଏ। ପାଓ୍ଵାର ପାଇଁ ଫୋନରେ ୪,୩୮୦ମାହର ବ୍ୟାଟେରୀ ଦିଅଯାଇଛି।