Below header

ଦିନ ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ: ଘଡଘଡି ଓ ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ଭିଜିଲା ଟ୍ବିନ୍ ସିଟି, ୧୨ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର: ଦିନ ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ । ଭିଜିଲା ଟୁଇନ୍‌ ସିଟି । ବର୍ଷା ସାଙ୍ଗକୁ ଘଡଘଡି ଓ ପ୍ରବଳ ପବନ ବୋହିଛି। ତାତିରୁ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ । ପଶ୍ଚିମ ଓଡ଼ିଶାରୁ ପୂର୍ବ ମୁହାଁ ହୋଇଛି କାଳବୈଶାଖୀ ।

ଆଗାମୀ ୩ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡଘଡି ସମ୍ଭାବନା ରହିଛି । କନ୍ଧମାଳ, ରାୟଗଡା, ନୟାଗଡ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାକୁ ଆଲର୍ଟ କରାଯାଇଛି। ଘଣ୍ଟା ପ୍ରତି ୪୦ରୁ ୫୦ କିମି ପବନ ବୋହିର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.