ଏ କିପରି ସ୍ୱାସ୍ଥ୍ୟ କର୍ମୀ? ମହିଳାଙ୍କୁ ଏକାସାଙ୍ଗରେ ଦେଲେ କରୋନାର ୬ଟି ଡୋଜ, ଜାଣନ୍ତୁ ତା’ ପରେ କ’ଣ ହେଲା ?

କରୋନା ମହାମାରୀ ସହ ଳଢ଼ିବା ପାଇଁ ଭ୍ୟାକସିନକୁ ଏବେ ସବୁଠୁୁ ବଡ ଅସ୍ତ୍ର ମନାଯାଇଛି । କିନ୍ତୁ ଏହା ମଧ୍ୟରେ ଆମେ ଟିକାକୁ ନେଇ ଅନେକ ଅଜବ ଖବର ମଧ୍ୟ ଶୁଣିବାକୁ ପାଉଛୁ । ଆଜି ବି କିିଛି ଅଜବ ଘଟଣା ସଂପର୍କରେ ଆମେ କହିବାକୁ ଯାଉଛୁ । ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଏ କିପରି ସମ୍ଭବ?

ଟିକାକରଣ ସମୟରେ କିଛି ଏମିତି ହେଲା ଯେଉଁଠି ଜଣେ ଡାକ୍ତର ୨୩ ବର୍ଷୀୟ ମହିଳାଙ୍କୁ ଏକାଥରକେ ୬ ଥର କରୋନା ଇଞ୍ଜେକସନ ଦେଇଦେଲେ । ଯାହାପରେ ଏ ଖବର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣାଟି ସୁଦୂର ଇଟାଲିର । ସିଏନଏମର ରିପୋର୍ଟ ଅନୁଯାୟୀ, ତାସ୍କନୀର ଏକ ହସ୍ପିଟାଲରେ ମହିଳା ଜଣକ ରବିବାର ଟିକା ନେବାକୁ ଆସିଥିଲେ । କିନ୍ତୁ ଭୁଲବଶତଃ ତାଙ୍କୁ ଏକା ସାଥିରେ ୬ଟି ଡୋଜ ଦିଆହୋଇଗଲା । ଏହାପରେ ମହିଳା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୪ ଘଣ୍ଟା ପରେ ସେ ଏବେ ସୁସ୍ଥ ଥିବାର ସୂଚନା ମିଳିଛି ।

ପ୍ରକୃତରେ କଥା ହେଲା ଯେ, ହସ୍ପିଟାଲରେ ନିୟୋଜିତ ଥିବା ସ୍ୱାସ୍ଥ୍ୟ କର୍ମୀ ଭୁଲରେ ଏକ ସିରିଞ୍ଜରେ ଭ୍ୟାକସିନର ପୁରା ବୋତଲ ଭରି ଦେଇଥିଲେ । ଏହି ବୋତଲରେ ୬ଟି ଡୋଜ ରହିଥାଏ । ଅନ୍ୟମନସ୍କ ଭାବେ ଏଭଳି କାର୍ଯ୍ୟ କରିବା ପରେ ତାଙ୍କୁ ଏସଂପର୍କରେ ଶେଷରେ ଜଣା ପଡିଥିଲା । ତେବେ ଏବେ ସେହି ମହିଳା ଜଣଙ୍କ ସୁସ୍ଥ ଥିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.