କେନ୍ଦ୍ରାପଡା ପାଟକୁରା ଥାନା ମଦନା ଗାଁରେ ବିଚିତ୍ର ଘଟଣା, ଘରୋଇ କଳହକୁ କେନ୍ଦ୍ର କରି ଛେଳିକୁ ମାଡ଼ ଅଭିଯୋଗ

ମାର୍ଶାଘାଇ : ଘରୋଇ କଳହକୁ କେନ୍ଦ୍ର କରି ଛେଳିକୁ ମାଡ଼ ଅଭିଯୋଗ। ଛେଳିକୁ ନେଇ ଥାନାରେ ପହଞ୍ଚିଲେ ମାଲିକ। କେନ୍ଦ୍ରାପଡା ପାଟକୁରା ଥାନା ମଦନା ଗାଁରେ ଘଟିଛି ଏଭଳି ଘଟଣା।

ଗାଁର ରୂପା ମଲ୍ଲିକ ଓ ହିନା ମଲ୍ଲିକ ଦୁଇ ଯାଆଙ୍କ ମଧ୍ୟରେ ଜାଗା ବାଡ଼ିକୁ କେନ୍ଦ୍ର କରି ଝଗଡା ହୋଇଥିଲା। ଏଥିରେ ହିନା ଉତ୍ତ୍ୟକ୍ତ ହୋଇ ରୂପାଙ୍କ ଛେଳିକୁ ପିଟିଥିବା ଥାନାରେ ଅଭିଯୋଗ କରିଛନ୍ତି ରୁପା। ଥାନା ଅଧିକାରୀ ସୁଜିତ ପ୍ରଧାନ ରୂପାଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.