ରାସ୍ତା ମଝିରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ୨୫ ଟନ୍ ଆଳୁ ଜଳିପୋଡି ପାଉଁଶ

ନବରଙ୍ଗପୁର: ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଚାଳକ । ରାସ୍ତା ମଝିରେ ଚଳନ୍ତା ଟ୍ରକରେ ନିଆଁ ଲାଗିଛି । ୨୫ ଟନ୍ ଆଳୁ ନେଇ ଏକ ଟ୍ରକ୍ ପଶ୍ଚିମବଙ୍ଗରୁ ନବରଙ୍ଗପୁର ଆସୁଥିବା ବେଳେ ବାବାଜିଗୁଡା ଛକ ନିକଟରେ ନିଆଁ ଲାଗି ଯାଇଥିଲା ।
ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଗାଡିଟି ସମ୍ପୁର୍ଣ୍ଣ ଭାବେ ଜଳିପୋଡି ନଷ୍ଟ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗ ପହଞ୍ଚିନଥିବା ସୂଚନା ମିଳିଛି ।