Below header

ରହସ୍ୟ ଘେରରେ ଥିବା ପୃଥିବୀର ୮ମ ମହାଦ୍ୱୀପ Zealandiaର ମିଳିଲା ସୂଚନା, ଜାଣନ୍ତୁ

ପୃଥିବୀ ପୃଷ୍ଠରେ ଅନେକ ରହସ୍ୟ ଲୁଚି ରହିଛି । ଯାହା ଅଚାନକ ସାମ୍ନାକୁ ଆସିଲେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ । ସେଭଳି ଆଉ ଏକ ରହସ୍ୟ ଉପରୁ ଏବେ ପର୍ଦା ଉଠିଛି । ଧରା ପୃଷ୍ଠରେ ଥିବା ୮ମ ମହାଦ୍ୱୀପର ସନ୍ଧାନ ମିଳିଛି । ଏହା ପୃଥିବୀ ପୃଷ୍ଠକୁ ଚିରି ବାର କୁହାଯାଉଛି । ଏଥିପାଇଁ ପୃଥିବୀ ପୃଷ୍ଠରେ ଏକ ବଡ ଫାଟ ମଧ୍ୟ ସୃଷ୍ଟି ହୋଇଛି । ଚାଲନ୍ତୁ ଜାଣିବା ଏ ସଂପର୍କରେ ।

55
pc: Business-insider

ସୂଚନା ଅନୁଯାୟୀ ଏହି ଫାଟ ନ୍ୟୁଜିଲାଣ୍ଡରେ ଥିବା ସମୁଦ୍ର ତଳେ ହୋଇଛି । ସମୁଦ୍ରର ଗଭୀରରେ ହୋଇଥିବା ଏହି ଫାଟ ଏକ ଟେକ୍ନୋନିକ ପ୍ଳେଟ ଅକାର ଧାରଣ କରିଛି । ଯଦି ଏହି ପ୍ଲେଟ କୌଣସି କାରଣରୁ ହଲଚଲ ହୁଏ ତେବେ ନ୍ୟୁଜିଲାଣ୍ଡର ଆଖପାଖ ଏରିଆରେ ଭୟାନକ ଭୂକମ୍ପ ଆସିପାରେ ବୋଲି ସମ୍ଭାବନା ରହିଛି । ଏହା ତାସମାନ ସମୁଦ୍ର ତଳେ ସୃଷ୍ଟି ହୋଇଛି । ଏହି ସ୍ଥାନ ନ୍ୟୁଜିଲାଣ୍ଡର ଦକ୍ଷିଣରେ ଅବସ୍ଥିତ ।

ଏହି ଫାଟ ୫୦ ଲକ୍ଷ ବର୍ଗ କିଲୋମିଟରକୁ ନେଇ ତିଆରି ହୋଇଛି । ଅର୍ଥାତ ଏହା ଭାରତର କ୍ଷେତ୍ରଫଳରୁ ୧୭ ଲକ୍ଷ ବର୍ଗ କିଲୋମିଟର ବଡ଼ । ଭାରତର କ୍ଷେତ୍ରଫଳ ୩୨.୮୭ ଲକ୍ଷ ବର୍ଗ କିଲୋମିଟର । ଏହି ମହାଦ୍ୱୀପର ନାମ Zealandia ରଖାଯାଇଛି ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା ୨.୩୦ କୋଟି ବର୍ଷ ପୂର୍ବେ ସମୁଦ୍ରରେ ବୁଡି ଯାଇଥିଲା । ଏହାର କନସେପ୍ଟ ୧୯୯୫ ମସିହାରେ ଆସିଥିଲା । କିନ୍ତୁ ଏହାକୁ ଖୋଜିବା ପାଇଁ ୨୦୧୭ ପର୍ଯ୍ୟନ୍ତ ସମୟ ଲାଗିଯାଇଥିଲା । ପରେ ଏହାର ସନ୍ଧାନ ପାଇ ଏହାକୁ ୮ମ ମହାଦ୍ୱୀପର ମନ୍ୟତା ଦିଆଗଲା । ଏହି ଦ୍ୱୀପ ପ୍ରଶାନ୍ତ ମହାସାଗର ମଧ୍ୟରେ ୩୮୦୦ ଫୁଟ ଗଭୀରରେ ରହିଛି । ଏହି ଦ୍ୱୀପରେ ଅନେକ ଛୋଟ ବଡ଼ ପାହାଡ ରହିଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.