ମାଲକାନଗିରି ସୀମାନ୍ତ ଛତିଶଗଡରେ କରୋନା ଏବଂ ଫୁଡ ପଏଜନିଂରେ ୧୦ ମାଓବାଦୀ ମୃତ

ମାଲକାନଗିରି: ମହାମାରୀରେ ମାଓବାଦୀ ମୃତ । ମାଲକାନଗିରି ସୀମାନ୍ତ ଛତିଶଗଡରେ କରୋନା ଏବଂ ଫୁଡ ପଏଜନିଂରେ ଦଶରୁ ଅଧିକ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ବୋଲି ଜଣା ପଡିଛି ।

ଏଥିରେ ଟପ୍‌ କ୍ୟାଡର ମାଓବାଦୀ ଥିବା ସୂଚନା ଦେଇଛନ୍ତି ଦାନ୍ତେଓ୍ଵାଡା ଏସ୍‌ପି ଅଭିଷେକ ପଲ୍ଲବ । ମୃତକଙ୍କ ମଧ୍ୟରେ PLGA ଏବଂ CRC ମେମ୍ବର ମଧ୍ୟ ଥିବା କହିଛନ୍ତି ଏସ୍‌ପି । ଗତ କିଛି ଦିନ ହେବ ଶତାଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ସହ ଫୁଡ ପଏଜନିଂ ମଧ୍ୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.