ହଜିଗଲା ମାନବିକତା: ଶେଷରେ ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ

ଖୋର୍ଦ୍ଧା: ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ | ଛାଡିଦେଲେ ପିପିଇ କୀଟ, ପଡ଼ିରହିଛି କୋକେଇ | ମୃତଦେହ ପ୍ୟାକିଂ ହୋଇ ଆସିଥିବା ରକ୍ତଲଗା ପଲିଥିନକୁ ମଧ୍ୟ ଫୋପାଡ଼ି ଦେଇ ଚାଲିଗଲେ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଟଣୀ ପୌର ପରିଷଦ ଅଞ୍ଚଳରେ |

ଜଟଣୀ ପୌର ପରିଷଦ ୯ ନମ୍ବର ୱାର୍ଡ ଷଣ୍ଢପୁର ଠାରେ ଥିବା ଡ଼ମ୍ପିୟାର୍ଡ଼ରେ ପ୍ରତିଦିନ ମୁନିସିପାଲିଟି କର୍ମଚାରୀମାନେ ଅଳିଆ ଆବର୍ଜନା ନେଇ ପକାଇବାକୁ ଯାଇଥାନ୍ତି | ସେହି ସ୍ଥାନରେ କୋଭିଡ ରୋଗୀଙ୍କ ମୃତେଦେହ ପୋଡି କିଛି ଘଣ୍ଟା ପରେ ପାଉଁଶ ନେବାକୁ ଆସିବା ବେଳେ ସ୍ଥାନୀୟ ଲୋକେ ପଚାରିବାରୁ ଜଣେ ବ୍ୟକ୍ତି ସେଠାରୁ କାର ନେଇ ପଳାଇଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.