Below header

ଚର୍ଚ୍ଚାର ଅନ୍ତ ! ଦୁବାଇ ବିଜନେସମ୍ଯାନଙ୍କୁ ବାହା ହେବେ ତେଲୁଗୁ ନାୟିକା ଅନୁଷ୍କା ସେଟ୍ଟୀ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନାୟିକା ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା। ଏଥର କିନ୍ତୁ ପ୍ରଭାସକୁ ନେଇ ନୁହେଁ ବରଂ ଦୁବାଇର ଜଣେ ବିଜନେସମ୍ଯାନକୁ ନେଇ। ପୂର୍ବରୁ ପ୍ରଭାସଙ୍କ ସହିତବ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ଅନୁଷ୍କା।

ନିକଟରେ ଅନୁଷ୍କା ଏକ ଇଣ୍ଟରଭ୍ଯୁରେ କହିଛନ୍ତି କି, ସେ ଦୁବାଇର ଜଣେ ବିଜନେସମ୍ଯାନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅନୁଷ୍କାଙ୍କ ଠାରୁ ସେ କୁଆଡେ ବେଶ୍ ସାନ। ସେ ଦୀର୍ଘବର୍ଷ ଧରି ଦୁବାଇରେ ରହିଆସୁଛନ୍ତି। ତାଙ୍କ ନାମ କ’ଣ, ଘର କେଉଁଠି ତାହା ଏପର୍ଯ୍ଯନ୍ତ ସାମ୍ନାକୁ ଆସିନାହିଁ।

ପୂର୍ବରୁ ଅନେକ ଥର ପ୍ରଭାସଙ୍କ ସହିତ ତାଙ୍କ ବିବାହ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏହାକୁ ଦୁହେଁ ଖଣ୍ଡନ କରି କହିଥିଲେ, ଦୁହେଁ କେବଳ ଭଲ ବନ୍ଧୁ। ତାଛଡା ଆଉ କିଛି ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.