ଟିଟିଲାଗଡରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଉଡିଲା ଜରି

ଟିଟିଲାଗଡ: ଟିଟିଲାଗଡରେ କାଳବୈଶାଖୀର ତାଣ୍ଡବ। ପବନ ସାଙ୍ଗକୁ ଅସରାଏ ବର୍ଷା। ସକାଳ ୯.୩୦ ମିନିଟ୍‌ ସମୟରେ ସଂଧ୍ୟାର ଭ୍ରମ ସୃଷ୍ଟି କରି ମାଡି ଆସିଥିଲା କଳା ବାଦଲ।

ପବନର ଗତି ଏତେ ଭୟଙ୍କର ଥିଲା ଯେ, ଗଛ ଲତା ସବୁ ଦୋହଲି ପଡୁଥିଲା। ତୁହାକୁ ତୁହା ବର୍ଷାରେ ତତଲାଗଡର ମାଟି ବେଶ ଥଣ୍ଡା ପାଲଟି ଯାଇଛି। ପବନରେ ଅନେକ ସ୍ଥାନରେ ଗଛଗୁଡ଼ିକ ଭାଙ୍ଗି ପଡିଥିବା ବେଳେ ଅନେକ ଉଠା ଦୋକାନୀଙ୍କ ଜରି ସହ ଅନେକ ଦୋକାନର ସାମଗ୍ରୀ ଉଡି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.