ପାଣିପାଗ ବିଭାଗର ଆକଳନ: କାଲିଠାରୁ ବଢିବ ବର୍ଷାର ପରିମାଣ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କାଲିଠାରୁ ବର୍ଷାର ପରିମାଣ ବଢିବ। ଗତ ୨୪ଘଣ୍ଟା ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନ୍ୟ ଜିଲ୍ଲା ମାନଙ୍କରେ ବିକ୍ଷିପ୍ତ ବର୍ଷା ହୋଇଛି। ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଠାରେ ୯୧ ମିଲିମିଟର ବର୍ଷା ହୋଇଛି।

୧ ଜୁନ୍ ଠାରୁ ୨୦ ଜୁଲାଇ ଭିତରେ ରାଜ୍ଯରେ ବର୍ଷା ହୋଇଛି ୪୩୫.୬ମିଲିମିଟର। ଏହି ସମୟରେ ସ୍ବାଭାବିକ ବର୍ଷା ହେବା କଥା ୪୧୭.୫ ମିଲିମିଟର। ୪ ପ୍ରତିଶତ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି।ନୂଆପଡା, ମାଲକାନଗିରି, କନ୍ଧମାଳ, ଢେଙ୍କାନାଳ,ବୌଦ୍ଧ ଓ ଜଗତସିଂହପୁର ଏହି ୬ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ସବୁଠାରୁ କମ୍ ବର୍ଷା ସୁନ୍ଦରଗଡ଼ ରେ ହୋଇଛି। ୩୭ ପ୍ରତିଶତ କମ୍ ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.