ଏଥରକ ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଏବେଠୁ ହିଁ ନୋଟ୍‌ କରି ନିଅନ୍ତୁ ଛୁଟି ତାଲିକା

ଆସୁଛି ଅଗଷ୍ଟ ମାସ। ଯଦି ଅଗଷ୍ଟ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ କରିବାର ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଅଗଷ୍ଟ ୨୦୨୨ର ଛୁଟି ତାଲିକା ଜାରି କରାଯାଇଛି। ଏହି ତାଲିକା ଅନୁସାରେ, ଅଗଷ୍ଟରେ ମୋଟ୍‌ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ।

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କ ହଲିଡେ’ ଲିଷ୍ଟକୁ ୩ଟି କାଟାଗୋରୀରେ ବାଣ୍ଟିଛି। ଏଥିରେ Negotiable Instruments Act, Real Time Gross Settlement Holiday ଓ Banks Closing of Accounts ରହିଛି। ଅର୍ଥାତ୍‌, ଜାତୀୟ ଛୁଟି ବ୍ୟତୀତ କିଛି ରାଜ୍ୟରେ କେତେକ ବିଶେଷ ଛୁଟି ରହିଛି। ଏହି ତାଲିକାରେ ରବିବାର ସହ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଅଛି। ତେବେ ଆସନ୍ତୁ ଜାଣିବା ଅଗଷ୍ଟ ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ…

Bank

ଅଗଷ୍ଟରେ ଏସବୁ ଦିନ ବନ୍ଦ ରହିବ ବ୍ୟାଙ୍କ:

୧ ଅଗଷ୍ଟ ୨୦୨୨: ଗ୍ୟାଙ୍ଗ୍‌ଟକରେ ଦ୍ରୁପକା ଶେ-ଜି ଉତ୍ସବ ଯୋଗୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
୭ ଅଗଷ୍ଟ ୨୦୨୨: ରବିବାର
୮ ଅଗଷ୍ଟ ୨୦୨୨: ମହରମ୍‌ (ଅଶୁରା) ପାଇଁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।
୯ ଅଗଷ୍ଟ ୨୦୨୨: ଚଣ୍ଡୀଗଡ଼, ଡେରାଡୁନ୍‌, ଭୁବନେଶ୍ୱର, ଗୌହ୍ଵାଟୀ, ଇମ୍ଫାଲ, ଜମ୍ମୁ, ପାଣାଜୀ, ସିଲଂ, ସିମ୍‌ଲା, ତିରୁଭନନ୍ତପୁରମ୍‌ ଓ ଶ୍ରୀନଗର ପ୍ରମୁଖ ସ୍ଥାନରେ ମହରମ୍‌ ଯୋଗୁ ବ୍ୟାଙ୍କ ବନ୍ଦ ରହିବ।
୧୧ ଅଗଷ୍ଟ ୨୦୨୨: ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ।
୧୩ ଅଗଷ୍ଟ ୨୦୨୨: ମାସର ଦ୍ୱିତୀୟ ଶନିବାର ଯୋଗୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
୧୪ ଅଗଷ୍ଟ ୨୦୨୨: ରବିବାର ଯୋଗୁ ବ୍ୟାଙ୍କ ଛୁଟି ରହିବ।
୧୫ ଅଗଷ୍ଟ ୨୦୨୨: ସ୍ୱାଧୀନତା ଦିବସ ଅବସରରେ ସବୁ ବ୍ୟାଙ୍କ ବନ୍ଦ ରହିବ।
୧୬ ଅଗଷ୍ଟ ୨୦୨୨: ପାରସୀ ନବବର୍ଷ ପାଇଁ ମୁମ୍ବାଇ ଓ ନାଗପୁରରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
୧୮ ଅଗଷ୍ଟ ୨୦୨୨: ଜନ୍ମାଷ୍ଟମୀ ପାଇଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
୨୧ ଅଗଷ୍ଟ ୨୦୨୨: ରବିବାର
୨୮ ଅଗଷ୍ଟ ୨୦୨୨: ରବିବାର
୩୧ ଅଗଷ୍ଟ ୨୦୨୨: ଗଣେଶ ଚତୁର୍ଥୀ ଯୋଗୁ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକରେ ବ୍ୟାଙ୍କ ଛୁଟି ରହିବ।

Also Read: ଫେରୁଛି ଝଲକ ଦିଖଲାଜା: ନିୟା ଶର୍ମା, ହିନା ଖାନ୍‌ଙ୍କ ସହ ଠୁମ୍‌କା ଲଗାଇବେ ହରଭଜନ ସିଂହ ପ୍ରମୁଖ କ୍ରିକେଟର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.