ଆପୋଲୋ ହସ୍ପିଟାଲରେ କିଡନୀ ପ୍ରତିରୋପଣ ଘଟଣା, ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ କିଡନୀ ପ୍ରତିରୋପଣ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । କହିଛନ୍ତି ଘଟଣାର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ ତର୍ଜମା କରାଯିବ । ତା’ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ଆପୋଲୋ ରେଜିଷ୍ଟ୍ରେସନ ବାତିଲ ନିର୍ଦ୍ଦେଶ ପରେ କ’ଣ ପଦକ୍ଷେପ ନେଇଛ? ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ସନ ଟେକନ ରିପୋର୍ଟ ମାଗିଥିଲେ ଏନଏଚଆରସି । ସେହିପରି ୬ ସପ୍ତାହ ମଧ୍ୟରେ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ ସଂପର୍କିତ ପ୍ରମାଣ ଦେବାକୁ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଆପୋଲୋର ପଞ୍ଜିକରଣ ରବ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଦିଆଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.