Below header

ରାଜଧାନୀରେ ହର୍ବାଲ ହୋଲି ଖେଳିଲେ ଓଲିଉଡ୍‌ ଷ୍ଟାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱରରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ ହୋଲି ପାଳିତ ହୋଇଛି । ପ୍ରତି ବର୍ଷ ଭଳି ଏଥର ମଧ୍ୟ ବେଶ ଜମିଥିଲା ଆସର । ଏହି କାଯ୍ୟର୍କ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ଏବଂ ଶିଶୁ ପତ୍ରିକା କୁନିକଥାର ସମ୍ପାଦିକା ଡ. ଇତି ସାମନ୍ତ । ଏହି ଅବସରରେ ସହିଦ ଯବାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ, ବାବୁସାନ, ଅଭିନେତ୍ରୀ ଭୂମିକା ଓ ବହୁ ଷ୍ଟାର ହର୍ବାଲ ହୋଲି ଖେଳିଥିଲେ । ପ୍ରତିବର୍ଷ ପରି ଏଥର ମଧ୍ୟ ଦିବ୍ୟାଙ୍ଗ ପିଲାମାନେ ହର୍ବାଲ ହୋଲି ମନାଇଥିଲେ । ନାଚ ଗୀତ ସାଙ୍ଗକୁ ହୋଲିର ମଜା ନେଇଥିଲେ ସଭିଏଁ । ଏହା ସହିତ ଶରୀର ପ୍ରତି ହାନିକାରକ ରାସାୟନିକ ରଙ୍ଗରେ ହୋଲି ନଖେଳିବାକୁ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ ।

HERBAL HOLI-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.