ଆଜି ଦୋଳ ପୂର୍ଣ୍ଣିମା, ରାଜ୍ୟର କିଛି ଅଞ୍ଚଳରେ ଆଜି ପାଳନ ହେଉଛି ହୋଲି

ଚୌଦ୍ୱାର (କେ ନ୍ୟୁଜ୍‌) : ଆଜି ଦୋଳ ପୂର୍ଣ୍ଣିମା । ବିରଜା କ୍ଷେତ୍ର ଯାଜପୁର ଭଳି ରାଜ୍ୟର କିଛି ଜିଲ୍ଲାରେ ଆଜି ହୋଲି ପାଳନ କରାଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ଦୋଳଗୋବିନ୍ଦ ପ୍ରଭୁ ଭୋଗ ଖାଇବା ସହ ଚାଲିଛି ଦୋଳ ମେଳଣ । କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟରେ ୪୪ ମଣ୍ଡଳ ରାଜଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରୁ ୩୬ ଖଣ୍ଡ ଦୋଳ ବିମାନ ପହଞ୍ଚି ଚାଚେରିରେ ବସିଥିଲେ। ପରେ ୪୪ ମଣ୍ଡଳ ରାଜଦୋଳ ସମିତିର ସଭାପତିଙ୍କ ନେତୃତ୍ୱରେ ସମସ୍ତ ମାଲିକଙ୍କ ଏକ ବୈଠକ ବସିଥିଲା। ପରମ୍ପରା ଅନୁଯାୟୀ ଏହି ୪୪ ମଣ୍ଡଳ ରାଜଦୋଳ ଚୌଦ୍ୱାରର ବିଭିନ୍ନ ଅଂଚଳର ୫ଟି ସ୍ଥାନରେ ଦୋଳ ମେଳଣ କରିବେ ବୋଲି ସ୍ଥିର ହୋଇଥିଲା।

ସେହିପରି ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ୱତନ୍ତ୍ର ନୀତି ପାଳନ କରାଯାଉଛି ।

 

Leave A Reply

Your email address will not be published.