ଯାଜପୁର, କନ୍ଧମାଳରେ ବଜ୍ରପାତ ଓ କୁଆପଥର ବର୍ଷା

ଯାଜପୁର (କେନ୍ଯୁଜ୍) : ଯାଜପୁରରେ କାଳ ବୈଶାଖ ଜନିତ କୁଆପଥର ବର୍ଷା । ଗତକାଲି ପ୍ରାୟ ଏକ ଘଣ୍ଟା ଧରି ବର୍ଷାରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଜୋରରେ ପବନ ବହିବା ସହ ପ୍ରବଳ କୁଆପଥର ବର୍ଷା ହୋଇଥିଲା । ଏଥିରେ ଗଛ ଭାଙ୍ଗିବା ସହ ବେଶ୍‌ କେଇ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଥିଲା । ତେବେ କୁଆପଥର ବର୍ଷା ଯୋଗୁଁ ରାସ୍ତାଘାଟ ଆଦି ବରଫରେ ଢାଙ୍କି ହୋଇଗଲା ଭଳି ଲାଗୁଥିଲା । କାଳବୈଶାଖୀ ଯୋଗୁଁ ଜୀବନଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏଥିରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡ଼ିଛି ।

ବଜ୍ରପାତରେ ଲୋକେ ଆହତ

ବାଲିଗୁଡ଼ା : ସେହିପରି କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳରେ କାଳବୈଶାଖୀ ସହ କୁଆପଥର ବର୍ଷା ଓ ବଜ୍ରପାତ ହୋଇଛି । ବଜ୍ରପାତରେ କିଛି ଲୋକ ଆହତ ହୋଇଛନ୍ତି । କୋଟଗଡ଼, ତୁମୁଡ଼ିବନ୍ଧ, କେ. ନୂଆଗାଁ, ସାରଙ୍ଗଡ଼ ସମେତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ତୁମୁଡ଼ିବନ୍ଧର ଗୁମା ଗାଁରେ ବଜ୍ରପାତ ଯୋଗୁଁ ସୁମିତ୍ରା ପାତ୍ର ଓ ରକେଶ ପାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି ।

BAJRAPATA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.