Below header

ନବୀନ ନିବାସରେ ଭିଡ଼ : ପ୍ରାର୍ଥୀ ଚୟନ ନେଇ ବିଜେଡିର କସରତ ଜାରି

ନବୀନ ନିବାସରେ ଟିକେଟ କସରତ ଜାରି । ପ୍ରାର୍ଥୀ ଘୋଷଣା ହୋଇ ନଥିବା ନିର୍ବାଚନମଣ୍ଡଳୀରୁ ଆଶାୟୀମାନେ ନବୀନ ନିବାସ ଆସୁଛନ୍ତି। ସେହିପରି ପ୍ରଥମ ଦୁଇଟି ପର‌୍ୟ୍ୟାୟ ପାଇଁ ବାକି ରହିଥିବା ୯ଟି ବିଧାନସଭା ଆସନ ପାଇଁ ଏବେ ଚାଲିଛି କସରତ। ଖୁବଶୀଘ୍ର ଏସମ୍ପର୍କିତ ତାଲିକା ପ୍ରକାଶ ପାଇବା ସମ୍ଭାବନା ରହିଛି। ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ଭୋଟ୍ ପାଇଁ ୯ଟି ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସେହିପରି ପରବର୍ତ୍ତୀ ଦୁଇଟି ପର‌୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ଶିବିରରେ ବି ବିଚାରବିମର୍ଶ ଆରମ୍ଭ ହୋଇଛି। ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ ଭୋଟ୍ ହେବାକୁ ଥିବା ଅଞ୍ଚଳର ନେତା ଓ କର୍ମୀ ଏବେ ନବୀନ ନିବାସ ଆସୁଛନ୍ତି । ଏଥିସହ ଟିକେଟ ପାଇଥିବା ନେତାମାନେ ନବୀନ ନିବାସରେ ପହଞ୍ଚି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛନ୍ତି ।

naveen nivas

ନବୀନ ନିବାସରେ ମିଶ୍ରଣ ପର୍ବ ଜାରି । ବିଜେଡିରେ ଯୋଗ ଦେଲେ ଶତାଧିକ ଜେଏମଏମ ଓ କଂଗ୍ରେସ ନେତା, କର୍ମୀ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ନେତା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତିଆଦର୍ଶ ଓ ବିକାଶମୂଳକ କାର‌୍ୟ୍ୟ ପ୍ରତି ଆକର୍ଷିତ ହୋଇ ବିଜେଡିରେ ମିଶିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ମୟୂରଭଞ୍ଜରେ ବିଜେଡି ସଂଗଠନ ଆହୁରି ମହଭୁତ ହେବ ବୋଲି କହିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.