Below header

ଓକିଲାତିନାମାରେ ୧୦୦ ଟଙ୍କାର କର୍ପସ ୱେଲଫେୟାର ଫଣ୍ଡ ଟିକେଟ ଲଗାଇବା ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନର ନାରାଜ

କଟକ(କେନ୍ୟୁଜ୍): ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ କୋର୍ଟରେ ମାମଲା ଦାୟର କରିବା ବେଳେ ଓକିଲାତିନାମାରେ ୧୦୦ ଟଙ୍କାର କର୍ପସ ୱେଲଫେୟାର ଫଣ୍ଡ ଟିକେଟ ଲଗାଇବାକୁ ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଛି। କିନ୍ତୁ ରାଜ୍ୟ ଆଇନଜୀବୀ ପରିଷଦର ଏହି ନିଷ୍ପତ୍ତିକୁ ମାନିବାକୁ ନାରାଜ ହାଇକୋର୍ଟ ବାର ଆସୋସିଏସନ ସମେତ କଟକର ଅନ୍ୟାନ୍ୟ ବାର ଆସୋସିଏସନ। ହାଇକୋର୍ଟ ବାର ଆସୋସିଏସନରେ ଏ ନେଇ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ହାଇକୋର୍ଟ ବାର ଆସୋସିଏସନ ସମେତ କଟକର ଅନ୍ୟ ବାର ଆସୋସିଏସନ କର୍ମକର୍ତ୍ତା ସାମିଲ ହୋଇ ଆଲୋଚନା କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦରେ ଏବେ ନିର୍ବାଚିତ କାଉନସିଲ ନାହିଁ। ଏଭଳି ସ୍ଥିତିରେ ଏହି ନୂଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ବାର ଆସୋସିଏସନ ମାନେ ମତ ରଖିଛନ୍ତି।

ଏହି କର୍ପସ ୱେଲଫେୟାର ଫଣ୍ଡ ପାଇଁ ଧାର୍ଯ୍ୟ ହୋଇଥିବା ୧୦୦ ଟଙ୍କାର ଟିକେଟ ଓକିଲଙ୍କ ଉନ୍ନତି ପାଇଁ ଖର୍ଚ୍ଚ ହେବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ବାର ଆସୋସିଏସନ କର୍ମକର୍ତ୍ତା। ଆହୁରି ମଧ୍ୟ ଏହା ମହକିଲ ମାନଙ୍କ ପାଇଁ ଏକ ବୋଝ ବୋଲି କହିଛନ୍ତି ବାର ଆସୋସିଏସନ କର୍ମକର୍ତ୍ତା। ରାଜ୍ୟର କୌଣସି ବାର ଆସୋସିଏସନ ଏ ଟିକେଟ ନ ଦେବା ପାଇଁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟରେ ଥିବା ୧୬୮ ଟି ବାର ଆସୋସିଏସନକୁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏ ନେଇ ଅବଗତ କରାଯାଇ ଥିବା ବେଳେ ଏ ସଂକ୍ରାନ୍ତରେ ଆଗାମୀ ଦିନରେ ସମସ୍ତ ବାର ଆସୋସିଏସନର ମିଳିତ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.