ମହାରାଷ୍ଟ୍ରରେ ୫୦୦ରୁ ଅଧିକ ୱେବସାଇଟ୍ ହ୍ୟାକ୍, ସରକାରଙ୍କୁ ଆସୁଛି ଧମକପୂର୍ଣ୍ଣ ମେସେଜ
ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ବିବାଦ ଥମିବାର ନା ନେଉନାହିଁ। ଥାନେ ପୋଲିସ କମିଶନରେଟର ୱେବସାଇଟ୍କୁ ହ୍ୟାକ୍ କରାଯାଇଛି। ଏହି ୱେବସାଇଟ୍ରେ ଭାରତ ସରକାରଙ୍କ ପାଇଁ ଏକ ମେସେଜ ଦେଖିବାକୁ ମିଳିଛି। ଯେଉଁଥିରେ ପ୍ରଫେଟ୍ ମହମ୍ମଦଙ୍କ ଟିପ୍ପଣୀକୁ ନେଇ ମୁସଲମାନଙ୍କୁ କ୍ଷମା ମାଗିବା ପାଇଁ କୁହାଯାଇଛି।
ମହାରାଷ୍ଟ୍ର ସାଇବର ସେଲର ଏଡିଜି ମଧୁକର ପାଣ୍ଡେ କହିଛନ୍ତି, ଏହିଭଳି ୫୦୦ୱେବସାଇଟ୍କୁ ହ୍ୟାକ୍ କରିନିଆଯାଇଛି। ଆମର ଧର୍ମପ୍ରବର୍ତ୍ତକଙ୍କ ଅପମାନ ହେଲେ ଆମେ ହାତ ଉପରେ ହାତ ପକାଇ ବସିବୁ ନାହିଁ। ହ୍ୟାକର୍ସ ୱେବସାଇଟ୍ରେ ଲେଖିଛନ୍ତି, ଏହାକୁ ଓ୍ଵାନ ହ୍ୟାଟ୍ ସାଇବର ଟିମ୍ ହ୍ୟାକ୍ କରିଛି। ହାଲୋ ଭାରତ ସରକାର। ସମସ୍ତଙ୍କୁ ହାଲୋ। ବାରମ୍ବାର ଆପଣ ଇସଲାମ ଧର୍ମ ଯୋଗୁଁ ସମସ୍ୟା ହେଉଛି। ଖୁବଶୀଘ୍ର ଦୁନିଆର ସବୁ ମୁସଲମାନଙ୍କୁ କ୍ଷମା ମାଗନ୍ତୁ। ନଚେତ ଭଲ ହେବ ନାହିଁ।
ସାଇବର ସେଲ୍ ଡିସିପି ସୁନୀଲ ଲୋଖଣ୍ଡେ କହିଛନ୍ତି ଯେ, ପରେ ୱେବସାଇଟ୍କୁ ରିଷ୍ଟୋର କରିନିଆଯାଇଛି। ଥାନେ ପୋଲିସ ୱେବସାଇଟ୍ ୪ଟାରେହ୍ୟାକ୍ କରାଯାଇଥିଲା। ସାଇବର ଟିମ୍ ଯାଞ୍ଚ କରୁଛି। ଟେକ୍ନିକାଲ ଏକ୍ସପର୍ଟ ଡାଟା ରିକଭରୀ କରି ୱେବସାଇଟ୍ କୁ ରିଷ୍ଟୋର କରିନିଆଯାଇଛି। ଯାଞ୍ଚ ଜାରି ରହିଛି।
ଯେଉଁ ୫୦୦ ୱେବସାଇଟ୍ କୁ ହ୍ୟାକ୍ କରାଯାଇଥିଲା,କିଛିକୁ ରିଷ୍ଟୋର କରିଦିଆଯାଇଛି। ଏହି ଘଟଣାର ଯାଞ୍ଚ ଚାଲିଛି। ୭୦ରୁ ଅଧିକ ୱେବସାଇଟ୍ ଉପରେ ଆଟାକ୍ ହୋଇଛି। ଯେଉଁଥିରେ ସରକାରଙ୍କର ୩ଟି ଆଉ ବାକି ପ୍ରାଇଭେଟ ୟୁନିଭରସିଟିର ରହିଛି। ଏହି ୱେବସାଇଟ୍ ସଂଖ୍ୟା ୫୦୦ରୁ ଅଧିକ ରହିଛି ବୋଲି ଜଣାପଡିଛି।
ଇଣ୍ଟରନେଟ୍ରେ ବି ଭାରତକୁ ଆକ୍ରମଣ ପରେ ଆକ୍ରମଣ ଜାରି ରହିଛି। ବିଦେଶୀ ହ୍ୟାକରମାନେ ସରକାରୀ ୱେବ୍ସାଇଟ୍ ହ୍ୟାକ୍ କରିବାକୁ ଲାଗିପଡ଼ିଛନ୍ତି। କେବେଳ ସେତିକି ନୁହେଁ ସମସ୍ତ ମୁସଲମାନ ହ୍ୟାକର ମିଶି ଭାରତର ଗୁରୁତ୍ୱପୂର୍ଣ୍ଣ ୱେବ୍ସାଇଟ୍ ହ୍ୟାକ୍ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିବା ଜଣାପଡ଼ିଛି।