Below header

କିମସ ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ, ଡୋନରଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଭୁବନେଶ୍ବର(କେନ୍ୟୁଜ୍):  କିମସ ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଛି। ଏହି ଅବସରରେ ରକ୍ତ ଦାତା ମାନଙ୍କୁ ସେମାନଙ୍କର ଏହି ମହତ କାମ ଲାଗି ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ୱେଚ୍ଛାକୃତ ରକ୍ତଦାନ କେବଳ ଏକ ଉତ୍ତମ କାର୍ଯ୍ୟ ନୁହେଁ, ଏହା ହୃଦ୍‌ରୋଗକୁ ରୋକିଥାଏ ଏବଂ ଦାତାର ରକ୍ତଚାପ ସ୍ତରକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ ବୋଲି କିମସ୍ ଭୁନେଶ୍ୱର ରକ୍ତ ଭଣ୍ଡାରର ମୁଖ୍ୟ ଡ଼. ସୁକାନ୍ତ ତ୍ରିପାଠୀ କହିଛନ୍ତି। ଓଡ଼ିଶାରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସଂଖ୍ୟାର ଆବଶ୍ୟକତାକୁ ଦେଖି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଡ଼. ତ୍ରିପାଠୀ ନାଗରିକମାନଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ‘ଯଦି ଜନସଂଖ୍ୟାର କେବଳ ଗୋଟିଏ ପ୍ରତିଶତ ବ୍ୟକ୍ତି ରକ୍ତଦାନ କରନ୍ତି, ତେବେ ରକ୍ତ ପାଇଁ କୌଣସି ଆଭାବ ରହିବ ନାହିଁ ’ ।

blood donor2

ରକ୍ତ ଅଭାବରୁ କାହାରି ଜୀବନ ବିପଦରେ ପଡିବ ନାହିଁ । ୨୦୦୬ ରେ କିମସ୍ ଭୁବନେଶ୍ୱରରେ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ କାର୍ଯ୍ୟକ୍ଷମ ହେବାପରେ, କିମସ୍ ବ୍ଲଡ ସେଣ୍ଟର ପୁନଃ ନାମିତ ହୋଇଥିଲା । ଏଠାରେ ସ୍ଥାପିତ ହୋଇଥିବା ଆଧୁନିକ ଯନ୍ତ୍ରାଂଶ ସବୁ ଦ୍ୱାରା ଗ୍ରହଣ କରାଯାଇଥିବା ରକ୍ତ ୟୁନିଟ୍ ରୁ ପ୍ଳାଜମା, ପ୍ଲାଟଲେଟ, ଶ୍ୱେତ ରକ୍ତ କଣିକା ଏବଂ ଲୋହିତ ରକ୍ତ କଣିକାକୁ ପୃଥକ କରିଥାଏ । ଯାହାକି ଅନେକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଉପଯୋଗୀ ହୁଏ । ଜଣେ ବ୍ୟକ୍ତି ରକ୍ତ ଦାନ କଲେ ୬ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିବ । କିମସ୍ ଭୁବନେଶ୍ୱରର ରକ୍ତ ଭଣ୍ଡାର ଉତ୍ତର ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଡ଼ାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତା ପୁରଣ କରିଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.