ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା: ପି.ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ (କେନ୍ଯୁଜ୍): ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ପି.ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ନିମ୍ନ ଅଦାଲତଙ୍କ ଆଜୀବନ କାରାଦଣ୍ଡାଦେଶ ରାୟ ବିରୋଧରେ ଶ୍ୟାମସୁନ୍ଦର ହାଇକୋର୍ଟରେ ଦାୟର କରିଥିବା ଅପିଲ ବିଚାରଧୀନ ଥିବା ବେଳେ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନ କରିଥିଲେ। ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ୟାମସୁନ୍ଦରଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

୨୦୧୪, ମେ ୨୭ ତାରିଖ ରାତିରେ ଗଞ୍ଜାମରେ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ଅଦାଲତରେ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଗଞ୍ଜାମ ଅତିରିକ୍ତ ଦୌରା ଜଜ ମାମଲାର ଶୁଣାଣି କରି ୨୦୧୯, ଜୁନ୍‌ ୨୭ରେ ଶ୍ୟାମସୁନ୍ଦରଙ୍କ ସମେତ ୫ଜଣ ଅଭିଯୁକ୍ତଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ନିମ୍ନ ଅଦାଲତ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସମସ୍ତ ଦୋଷୀ ହାଇକୋର୍ଟରେ ପୃଥକ ପୃଥକ ଅପିଲ ଦାୟର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.