Below header

ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖିନାହାନ୍ତି ସୋନପୁର ଓ ଖୋର୍ଦ୍ଧା ଜିଲ୍ଲାପାଳ, ହାଇକୋର୍ଟଙ୍କ ଜବାବ୍‌ ତଲବ

କଟକ(କେନ୍ୟୁଜ୍):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ସୋନପୁର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଜବାବ୍‌ ତଲବ । ଜିଲ୍ଲାର କୌଣସି ସରପଞ୍ଚ ପଦ ଜନଜାତିଙ୍କ ଲାଗି ସଂରକ୍ଷିତ ନଥିବା ନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା । ୨୩ଟି ଜିଲ୍ଲାରେ କୌଣସି ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ନାହିଁ ।

ସୋମବାର ସୁଦ୍ଧା ଜବାବ୍‌ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସୋନପୁର୍‌ ଜିଲ୍ଲାରେ ଅଛି ୧୦୯ଟି ସରପଞ୍ଚ ପଦବୀ ।ସୋନପୁର ଜିଲ୍ଲାର ବଳଭଦ୍ର କୁଅଁରଙ୍କ ପକ୍ଷରୁ ରୁଜୁ ହୋଇଛି ମାମଲା । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ୧୯୦ଟି ସରପଞ୍ଚ ପଦବୀ ରହିଛି । ଖୋର୍ଦ୍ଧା ଜିଲ୍ଲା ପାଇଁ ଟୁକୁ ମାଝୀ ଓ ଅନ୍ୟ ୫ ଜଣଙ୍କ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା । ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.