ହାତରେ ଏହି ୩ ରେଖା ତ୍ରିଭୁଜ ସୃଷ୍ଟି କଲେ ଆପଣ ଧନୀ ହେବେ କି ନାହିଁ ଜାଣିଯିବେ, ଯାଞ୍ଚ କରନ୍ତୁ ଆପଣଙ୍କ ହାତ

ଜ୍ୟୋତିଷ ଶାସ୍ତ୍ରରେ ଆମର ହାତରେ ଥିବା ରେଖା ଆମର ଭବିଷ୍ୟତ ସମ୍ପର୍କରେ ସୂଚନା ଦେଇଥାଏ । କୌଣସି ବି ବ୍ୟକ୍ତିଙ୍କ ହାତରେ ଭାଗ୍ୟ ରେଖା, ବୁଧ ରେଖା ଓ ମସ୍ତିସ୍କ ରେଖା ଦ୍ୱାରା ସୃଷ୍ଟି ହେଉଥିବା ତ୍ରିଭୁଜ ବହୁତ ଶୁଭ ମନାଯାଇଥାଏ । ଯେଉଁ ଲୋକଙ୍କ ହାତରେ ଏପରି ତ୍ରିଭୁଜ ରହିଥାଏ ସେମାନଙ୍କ ଧନୀ ହେବା ମାର୍ଗରେ ଆସୁଥିବା ବାଧା ସହଜରେ ଦୂର ହୋଇଯାଇଥାଏ । ତାଛଡ଼ା ଏପରି ଲୋକ ସଂଚୟ କରିବାରେ ମଧ୍ୟ ମାହିର ହୋଇଥାନ୍ତି । ଜ୍ୟୋତିଷାଚାର୍ଯ୍ୟା ଡା. ଅରବିନ୍ଦ ମିଶ୍ର କୁହନ୍ତି ହାତରେ ସୃଷ୍ଟି ହେଉଥିବା ଏପରି ତ୍ରିଭୁଜକୁ କିପରି ଚିହ୍ନିବେ ।

palm-
P.C : aajtak.com

ଏପରି ସୃଷ୍ଟି ହୋଇଥାଏ ତ୍ରିଭୁଜ –

ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ ହାତରେ ମସ୍ତିସ୍କ ରେଖା ଏବଂ ହୃଦୟ ରେଖା ମଝିରେ ସୂର୍ଯ୍ୟ ପର୍ବତ ଓ ଶନି ପର୍ବତ ତଳେ ଏବଂ ଭାଗ୍ୟ ରେଖା, ବୁଧ ରେଖା ଓ ମସ୍ତିସ୍କ ରେଖା ସଂଯୋଗରେ ତ୍ରିଭୁଜ ସୃଷ୍ଟି ହୋଇଥାଏ । ଏହି ତ୍ରଭୁଜ ଯେତେ ବଡ଼ ହୋଇଥାଏ । ସେତେ ଅଧିକ ସଂଚୟ ହୋଇଥାଏ । ଏପରି ବ୍ୟକ୍ତିଙ୍କ ପାଖରେ ଭୂମି, ଘର ଓ ଗାଡ଼ି ସମେତ ପର୍ଯ୍ୟାପ୍ତ ଭୋଗ ବିଳାସର ସାଧନ ହୋଇଥାଏ । ଏମାନଙ୍କ ସଂଚିତ ଧନ ଓ ବ୍ୟାଙ୍କ ପୁଞ୍ଜିରେ ବୃଦ୍ଧି ଘଟିଥାଏ ।

palm--
P.C : aajtak.com

ବିନା କୌଣସି ବାଧାରେ ପୂର୍ଣ୍ଣ ହୋଇଥାଏ କାମ –

ଏହି ତ୍ରିକୋଣ ବୁଧ ରେଖା ସହାୟତାରେ ବେପାର କୁଶଳତା ସହିତ ଧନୀ କରାଇଥାଏ । ମସ୍ତିସ୍କ ରେଖା ସଂଯୋଗ ବ୍ୟକ୍ତିକୁ ଚତୁରତା ଓ ବୁଦ୍ଧି ଯୋଗୁ ଧନ ଲାଭ କରିବାରେ ସହାୟକ ହୋଇଥାଏ । ସେହିପରି ଭାଗ୍ୟ ରେଖାର ସଂଯୋଗ ବ୍ୟକ୍ତିକୁ ଭାଗ୍ୟର ସହାୟକ ହୋଇଥାଏ ବିନା ବାଧାରେ କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ । ଅର୍ଥାତ ଆମର ଭାଗ୍ୟ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.