ଆପଣ ସବୁଦିନେ କର୍ନଫ୍ଲେସ୍କ ଖାଉଛନ୍ତି କି ? ହୋଇ ଯାଆନ୍ତୁ ସତର୍କ, ସେକ୍ସ ଡ୍ରାଇଭ୍‌ ଉପରେ ପ୍ରଭାବ ପକାଇବା ସହିତ କରାଇପାରେ ଡାଇବେଟିସ

ଅନେକ ଲୋକେ ଅଛନ୍ତି ଯେଉଁମାନେ ନିଜର ସକାଳ ଖାଦ୍ୟ ବା ବ୍ରେକଫାଷ୍ଟରେ କର୍ନଫ୍ଲେକ୍ସ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । କାରଣ ଏହାକୁ ତିଆରି କରିବା ଅତି ସହଜ ହୋଇଥାଏ ଓ ଏହା ଏକ ହାଲ୍କା ଖାଦ୍ୟ ହେବା ସହିତ ପାଟିକୁ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ । ଅନେକ ଲୋକେ ଏହାକୁ ଖାଇଥାଆନ୍ତି ନିଜର ଓଜନ କମ୍‌ କରିବା ପାଇଁ । କିନ୍ତୁ ଆପଣ କ’ଣ ଜାଣନ୍ତି କି, ଏହାକୁ ସବୁଦିନେ ଖାଇବା ଦ୍ୱାରା ଏହା ଅନେକ ରୋଗକୁ ବଢାଇଥାଏ । ଏହାର ସାଇଡ ଇଫେକ୍ଟ ମଧ୍ୟ ରହିଛି । ଏହାକୁ ଅଧିକ ଖାଇବା ଦ୍ୱାରା ମଣିଷର ଶରୀର ଉପରେ ଅଧିକ ଖରାପ ପ୍ରଭାବ ପକାଇ ଥାଏ । କର୍ନଫ୍ଲେସ୍କ ଅଧିକ ଖାଇବା ଦ୍ୱାରା ଏହା ଉଭୟ ପୁରୁଷ ଓ ମହିଳାଙ୍କର ସେକ୍ସ ହରମୋନ ଟେଷ୍ଟୋଷ୍ଟେରୋନ୍‌ ଉପରେ ଅତି ଖରାପ ପ୍ରଭାବ ପକାଇଥାଏ । ଏହା ଛଡା କର୍ନଫ୍ଲେସ୍କ ଅଧିକ ଖାଇଲେ ଏହା ଥକାପଣ ମଧ୍ୟ ବଢାଇଥାଏ । ଏହା ସହିତ ଡାଇବେଟିସ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ ।

diabetic
Picture Credit – Homepage

କର୍ନଫ୍ଲେସ୍କରେ ହାଇ ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ମାତ୍ରାରେ ରହିଥାଏ ଯାହା ଦ୍ୱାରା ଏହା ରକ୍ତରେ ଅଧିକ ସୁଗାର ଲେଭେଲକୁ ବଢାଇଥାଏ । ମଣିଷ ଶରୀରରେ ଗ୍ଲାଇସେମିକ ଇଣ୍ଡେକ୍ସ ୫୫ରୁ କମ ରହିବା ଆବଶ୍ୟକ । ଯଦି ଏହା ୫୬ ରୁ ୬୯ ରହୁଛି ତେବେ ଏହା ମିଡିୟମ୍‌ କିନ୍ତୁ କର୍ନଫ୍ଲେସ୍କରେ ଗ୍ଲାଇସେମିକ ଇଣ୍ଡେକ୍ସର ପରିମାଣ ହେଉଛି ୮୦ । ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ଓ ଏହା ସୁଗାର ଲେଭେଲକୁ ବଢାଇଥାଏ, ଯାହା ପାଇଁ ଡାଇବେଟିସ ହେବାର ଅଧିକ ଆଶଙ୍କା ଥାଏ ।

ଯେହେତୁ ଏହା କର୍ନ ସିରପ୍‌ ଓ ଭେଜିଟେବୁଲ ତେଲରେ ପ୍ରସ୍ତୁତ ହୋଇଥାଏ ଓ ଏହା ଛଡା ଏଥିରେ ଥିବା ମିଠା ଅଂଶ ପ୍ରୋସେସ୍ଡ ଥାଏ ତେଣୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଓଜନ କମିବା ବଦଳରେ ଓଜନ ବଢିଥାଏ । କାରଣ କର୍ନଫ୍ଲେସ୍କରେ ୧୦୧ କ୍ୟାଲୋରି ରହିଥାଏ ।ଅଧିକ ସୁଗାର ରହିଥିବାରୁ ଏହା ଆପଣଙ୍କ ହାର୍ଟ ରୋଗକୁ ମଧ୍ୟ ବଢାଇପାରେ । ତେଣୁ କର୍ନଫ୍ଲେସ୍କକୁ ଆପଣ ଅଧିକ ଖାଆନ୍ତୁ ନାହିଁ । ନିଜ ଡାଏଟିସିଆନଙ୍କ ପରାମର୍ଶ ନେଇ ଅଳ୍ପ ମାତ୍ରାରେ ଖାଆନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.