ଆସନ୍ତା ସୋମବାର ଠାରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର, ଛତିଶାନିଯୋଗ ବୈଠକରେ  ନିଷ୍ପତ୍ତି

ପୁରୀ(କେନ୍ୟୁଜ୍): ଜଗା ଦର୍ଶନ ଉପରେ ଲାଗିଲା କଟକଣା। ଆସନ୍ତା ୧୦ ତାରିଖ ଅର୍ଥାତ ସୋମବାର ଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ଯନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି ।  କୋଭିଡର ସଂକ୍ରମଣ ପୁରୀ ସହରରେ ବ୍ଯାପକ ମାତ୍ରାରେ ବ୍ଯାପୁଥିବା ବେଳେ କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ମାନେ କୋଭିଡ୍‌ ପଜିଟିଭ୍‌ ବାହାରିଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତିରେ କିଭଳି ପ୍ରଭାବ ନପଡିବ ସେନେଇ ଶ୍ରୀମନ୍ଦିର ବନ୍ଦ ରଖିବାକୁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।

ସେପଟେ ଆସନ୍ତାକାଲି ଭକ୍ତ ଶ୍ରଦ୍ଧାଳୁ ମାନେ ଶେଷଥର ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଅନ୍ଯପଟେ ଆଜି ଓ ଆସନ୍ତାକାଲି ଭକ୍ତମାନଙ୍କ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ରାତ୍ର ୮.୩୦ରେ ଫେରିବେ। ତେବେ ଆସନ୍ତା ସୋମବାର ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ଯନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବା ବେଳେ ସେବାୟତଙ୍କ ପରିବାର ଲୋକଙ୍କୁ ମଧ୍ୟ ଦର୍ଶନ କରିବାର ଅନୁମତି ନାହିଁ ବୋଲି ପରଚାଳନା କମିଟିର ସଦସ୍ଯ କହିଛନ୍ତି।