ପଥ ସମ୍ମୋହନ ଯୋଗୁ ବଢ଼ୁଛି ଦୁର୍ଘଟଣା, ୨୦୨୩ରେ ଯାଇଛି ୧୮୪୫ ଜଣଙ୍କ ଜୀବନ

ରୋଡ୍ ହିପ୍ନୋସିସ ବା ପଥ ସମ୍ମାେହନ ଯୋଗୁ ବଢ଼ୁଛି ଦୁର୍ଘଟଣା । ୨୦୨୩ ବର୍ଷରେ ଯାଇଛି ୧୮୪୫ ଜଣଙ୍କ ଜୀବନ ।

ଭୁବନେଶ୍ୱର : ରୋଡ୍ ହିପ୍ନୋସିସ ବା ପଥ ସମ୍ମାେହନ ଯୋଗୁ ବଢ଼ୁଛି ଦୁର୍ଘଟଣା । ୨୦୨୩ ବର୍ଷରେ ଯାଇଛି ୧୮୪୫ ଜଣଙ୍କ ଜୀବନ । ୨୦୨୩ରେ ପଥ ସମ୍ମୋହନ କାରଣରୁ ପଛପଟୁ ଗାଡ଼ିକୁ ଧକ୍କା ଦେବା, ଗାଡିକୁ ଗୋଟିଏ ପାଖରୁ ପିଟିବା, ରାସ୍ତାକଡ଼ ଗଛ ଓ ଖୁଣ୍ଟରେ ପିଟି ହେବା ଭଳି ଦୁର୍ଘଟଣାରେ ରାଜ୍ୟରେ ୧୮୪୫ ଜଣଙ୍କ ଜୀବନ ଯାଇଛି ।

ଦୁର୍ଘଟଣାରେ ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ଏ ଦିଗରେ ଉଭୟ ଚାଳକ, ଯାତ୍ରୀ ଓ ପରିବହନ କର୍ମଚାରୀଙ୍କୁ ସତର୍କ କରାଇଛି । ପ୍ରତି ଅଢ଼େଇ ଘଣ୍ଟାରେ ଗାଡ଼ି ଚଳାଇବା ପରେ ୫ରୁ ୬ ମିନିଟ ବିଶ୍ରାମ ନେବା, ମୁହଁକୁ ଭଲ ଭାବେ ଧୋଇ ନେବା ଓ ଆବଶ୍ୟକ ପଡ଼ିଲେ ଚା ଓ କଫି ପିଇ କିଛି ସମୟ ବୁଲବୁଲି କରିବା ପରେ ପୁଣି ଗାଡ଼ି ଚଳାନ୍ତୁ ।

କେବଳ ଚାଳକ ନୁହେଁ, ଯାତ୍ରୀମାନେ ମଧ୍ୟ ଏ ଦିଗରେ ସତର୍କ ରୁହନ୍ତୁ । ଚାଳକର ଗାଡ଼ି ଚଳାଇବା ଉପରେ ନଜର ରଖି ସତର୍କ କରାନ୍ତୁ । ପାଖରେ ଥିବା ଗାଡ଼ି କର୍ମଚାରୀ କିମ୍ବା ଯାତ୍ରୀମାନେ ଶୋଇଗଲେ ଚାଳକ ପଥ ସମ୍ମୋହନର ଶିକାର ହେବାର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.