ଭୂମିକମ୍ପରୁ ବଞ୍ଚାଇବ ଏହି ବେଡ୍, ଜାଣନ୍ତୁ Earthquake-Proof Bed କ’ଣ

ତେବେ ଭୂକମ୍ପ ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ କେହି ବି ଅଟକାଇ ପାରିବେ ନାହିଁ, କିନ୍ତୁ ଏହା ଆସିବା ପୂର୍ବରୁ ଜଣେ ନିଜକୁ ପ୍ରସ୍ତୁତ କରିପାରିବ । ଏହି ପ୍ରସ୍ତୁତି କରିବା ପାଇଁ, ବର୍ତ୍ତମାନ ଏକ ନୂତନ ପ୍ରକାରର ବେଡ୍ ଅର୍ଥାତ ଆର୍ଥକ୍ୱିକ ପ୍ରୁଫ୍ ବେଡ୍ ପ୍ରସ୍ତୁତ କରିବାକୁ ପ୍ଲାନ କରାଯାଉଛି । ଏହି ଆର୍ଥକ୍ୱିକ ପ୍ରୁଫ୍ ବେଡ୍ ଲୋକଙ୍କୁ ଭୂକମ୍ପରୁ ରକ୍ଷା କରିବ ।

ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା ଭୟଙ୍କର କ୍ଷତି ଦେଖି ଅନ୍ୟ ଦେଶର ଲୋକମାନେ ମଧ୍ୟ ଖୁବ ଭୟଭୀତ ଅଛନ୍ତି । ଭାରତ, ଯେଉଁଠାରେ ଦିଲ୍ଲୀ-ଏନସିଆର କିମ୍ବା ଅନ୍ୟାନ୍ୟ ଅଞ୍ଚଳରେ ପ୍ରତିଦିନ ଭୂକମ୍ପ ଖବର ଆସୁଛି, ସେଠାକାର ଲୋକମାନେ ଆହୁରି ଚିନ୍ତିତ ଅଛନ୍ତି ଯେ ସେମାନଙ୍କ ସହ ମଧ୍ୟ ଏପରି ଦୁର୍ଘଟଣା ଘଟିପାରେ । ତେବେ ଭୂକମ୍ପ ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ କେହି ବି ଅଟକାଇ ପାରିବେ ନାହିଁ, କିନ୍ତୁ ଏହା ଆସିବା ପୂର୍ବରୁ ଜଣେ ନିଜକୁ ପ୍ରସ୍ତୁତ କରିପାରିବ ।

ଏହି ପ୍ରସ୍ତୁତି କରିବା ପାଇଁ, ବର୍ତ୍ତମାନ ଏକ ନୂତନ ପ୍ରକାରର ବେଡ୍ ଅର୍ଥାତ ଆର୍ଥକ୍ୱିକ ପ୍ରୁଫ୍ ବେଡ୍ ପ୍ରସ୍ତୁତ କରିବାକୁ ପ୍ଲାନ କରାଯାଉଛି । ଏହି ଆର୍ଥକ୍ୱିକ ପ୍ରୁଫ୍ ବେଡ୍ ଲୋକଙ୍କୁ ଭୂକମ୍ପରୁ ରକ୍ଷା କରିବ । ୨୦୧୯ ରେ ୟାହୁର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଆର୍ଥକ୍ଵିକପ୍ରୁଫ ବେଡର ଭିଡିଓ ପୋଷ୍ଟ କରାଯାଇଥିଲା, ଯାହା ତୁର୍କୀ ଭୂକମ୍ପ ପରେ ଏବେ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଏବେ ଲୋକଙ୍କୁ ଖୁବ ପସନ୍ଦ ଆସିଛି ଏବେ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

ଏହି ବେଡର ବିଶେଷତ୍ୱ ​​ହେଉଛି ଭୂମିକମ୍ପ ସମୟରେ ଯଦି ଘର ଭାଙ୍ଗିଯାଏ ତେବେ ବି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ । ତେବେ ଏହା ଏକ କନସେପ୍ଟ ଭିଡିଓ, ଅର୍ଥାତ୍ ଏହି ବେଡ୍ ଏପର୍ଯ୍ୟନ୍ତ ସତରେ ଆସିନାହିଁ, ଏହା କେବଳ ବୈଜ୍ଞାନିକମାନଙ୍କ ଚିନ୍ତାଧାରା ଯାହା ସମୟ ସହିତ ସତ ମଧ୍ୟ ହୋଇପାରେ । ଏହା ଆର୍ଥକ୍ଵିକ ପ୍ରୁଫ୍ ବେଡ୍ ନାମରେ ପ୍ରସିଦ୍ଧ, ଏହି ବେଡର ବିଶେଷତ୍ୱ ​​ହେଉଛି ଏହା ଶୋଇଥିବା ଲୋକଙ୍କ ପାଇଁ ଏକ ଢାଲ ଭଳି କାମ କରିବ । ଭିଡିଓରେ ଆପଣ ଦେଖିପାରିବେ ଯେ ଏହି ମେଟାଲ ବେଡର ଉଚ୍ଚତା ବହୁତ ଅଧିକ ଏବଂ ଏଥିରେ ଏକ ସେନ୍ସର ମଧ୍ୟ ଇନଷ୍ଟଲ୍ ହୋଇଛି ।

ଭୂମିକମ୍ପର କମ୍ପନ ଅନୁଭବ ହେବା ମାତ୍ରେ ହିଁ ଏହି ବେଡ ମଧ୍ୟଭାଗରୁ ଖୋଲିଯିବ ଏବଂ ଶୋଇଥିବା ବ୍ୟକ୍ତି ସେହି ବେଡ ଭିତରେ ପ୍ରବେଶ କରିବେ ଏବଂ ବ୍ୟକ୍ତି ପ୍ରବେଶ କରିବା ମାତ୍ରେ ହିଁ ବେଡ୍ ଉପରୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ । ବେଡର ଅନ୍ୟ ଏକ ବିଶେଷତ୍ୱ ​​ହେଉଛି ଏଥିରେ ଖାଦ୍ୟ, ପାଣି ଆଦି ଆବଶ୍ୟକୀୟ ଜିନିଷ ରଖିବା ପାଇଁ ଏକ ସ୍ଥାନ ମଧ୍ୟ ଅଛି, ଯାହା ଦ୍ୱାରା ଭିତରର ବ୍ୟକ୍ତି ଭୋକ ଓ ଶୋଷରେ ମରିବେ ନାହିଁ ଏବଂ ସେ ସୁରକ୍ଷିତ ଭାବରେ ବାହାରକୁ ନଆସିବା ପର୍ଯ୍ୟନ୍ତ ଆରାମରେ ଏହି ବେଡ୍ ଭିତରେ ରହିପାରିବେ ।

ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ ଭାଇରାଲ ହେବା ସହ ଏଥିରେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ମଧ୍ୟ ଜଣାଇଛନ୍ତି । ଜଣେ କହିଛନ୍ତି ଯେ ଯେତେବେଳେ ଭଗବାନ ଜୀବନ ନେବାକୁ ସ୍ଥିର କରନ୍ତି ସେତେବେଳେ କୌଣସି ବ୍ୟକ୍ତି ଟେକ୍ନୋଲୋଜି ବ୍ୟବହାର କରି ବଞ୍ଚିପାରିବ ନାହିଁ । ଆଉ ଜଣେ କହିଛନ୍ତି ଯେ ଏହା ଉଦ୍ଧାର ଭଳି କମ୍ ଏବଂ ମଣିଷର ସ୍ମାର୍ଟ କଫିନ୍ ପରି ଦେଖାଯାଉଛି । ଅନ୍ୟ ଜଣେ ବ୍ୟକ୍ତି ବେଡ ଦେଖି ଆଶ୍ଚର୍ଯ୍ୟ ହୋଇ ଏଥିରୁ କିପରି ବାହାରିବେ ବୋଲି ପଚାରିଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଏହି ବେଡ କେବେ ଲଞ୍ଚ ହେଉଛି ଏବଂ ଭୂମିକମ୍ପ ପାଇଁ ଏହା କେତେ ଦୂର ସହାୟକ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.