ରାମଲାଲାଙ୍କ ଗର୍ଭଗୃହରେ ସ୍ଥାପିତ ହେଲା ସ୍ୱର୍ଣ୍ଣ ଲିଖିତ ରାମଚରିତମାନସ, ୧.୫ କ୍ୱିଣ୍ଟାଲ ରହିଛି ଓଜନ

ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ସ୍ୱର୍ଣ୍ଣ ଲିଖିତ ରାମଚରିତମାନସ ସ୍ଥାପନ କରାଯାଇଛି । ମଙ୍ଗଳବାର ନବରାତ୍ରିର ପ୍ରଥମ ଦିନରେ ଏହା ସ୍ଥାପିତ ହୋଇଛି ।

ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ସ୍ୱର୍ଣ୍ଣ ଲିଖିତ ରାମଚରିତମାନସ ସ୍ଥାପନ କରାଯାଇଛି । ମଙ୍ଗଳବାର ନବରାତ୍ରିର ପ୍ରଥମ ଦିନରେ ଏହା ସ୍ଥାପିତ ହୋଇଛି । ଏହି ଗୋଲ୍ଡ ପ୍ଲେଟେଡ୍‌ ରାମଚରିତମାନସ ଗ୍ରନ୍ଥର ପୃଷ୍ଠାଗୁଡ଼ିକ ସୁବର୍ଣ୍ଣ ଏବଂ ଭିନ୍ନ ଭିନ୍ନ ରହିଛି, ଯାହା ଅତି ସୁନ୍ଦର ଭାବରେ ଚମକୁଥିବା ଦେଖିବାକୁ ମିଳିଛି ।

ମନ୍ଦିର ପୂଜାରୀ ସନ୍ତୋଷ କୁମାର ତିୱାରୀ କହିଛନ୍ତି ଯେ ସ୍ୱର୍ଣ୍ଣ ରାମଚରିତମାନସକୁ ଗର୍ଭଗୃହରେ ରାମଲାଲାଙ୍କ ପାଖରେ ସ୍ଥାପନ କରାଯାଇଛି, ଯାହାକୁ ଏବେ ଭକ୍ତମାନେ ରାମଲାଲାଙ୍କ ଦର୍ଶନ ସହିତ ଦେଖିପାରିବେ । ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ସୁବ୍ରମଣ୍ୟମ୍ ଲକ୍ଷ୍ମୀନାରାୟଣନ୍ ଓ ତାଙ୍କ ପତ୍ନୀ ସରସ୍ୱତୀ ଦୀର୍ଘ ଦିନରୁ ରାମଲାଲାଙ୍କୁ ସୁନାର ଅକ୍ଷରରେ ଲଖିତ ରାମଚରିତମାନସ ଅର୍ପଣ କରିବାକୁ ମନ ବଳାଇଥିଲେ । ନିଜ ମନର ଇଚ୍ଛାକୁ ସେମାନେ ଜଲ୍‌ଦି ହିଁ ସାକାର କରିଥିଲେ । ତାମ୍ରପାତ୍ରରେ ସୁନାର ଅକ୍ଷର ସହିତ ରାମଚରିତମାନସ ଲେଖା ହୋଇଛି ।

କୁହାଯାଉଛି ଯେ ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତିଠାରୁ ୧୫ ଫୁଟ ଦୂରରେ ଏକ ପଥର ଆସନ ଉପରେ ଏହାକୁ ରଖାଯାଇଛି । ସୁବ୍ରମଣ୍ୟମଙ୍କ ମୁତାବକ, ସ୍ୱର୍ଣ୍ଣ ଲିଖିତ ରାମଚରିତମାନସରେ ୧୦୯୦୨ ଛନ୍ଦ ଏବଂ ଚୌପାଇ ରହିଛି । ପ୍ରତ୍ୟେକ ପୃଷ୍ଠାରେ ୨୪ କ୍ୟାରେଟ୍‌ ସୁନାର ପରସ୍ତ ଆବୃତ ହୋଇଛି ।

ଏହି ଧାର୍ମିକ ଗ୍ରନ୍ଥ ୧୫୧ କିଲୋଗ୍ରାମ ତମ୍ବା ଏବଂ ୩ରୁ ୪ କିଲୋଗ୍ରାମ ସୁନାରେ ତିଆରି ହୋଇଛି । ଏହାର ପ୍ରତ୍ୟେକ ପୃଷ୍ଠାରେ ୧୪ ଗେଜ୍ ୧୨ ଇଞ୍ଚର ୩ କିଲୋଗ୍ରାମ ତମ୍ବା ପ୍ଲେଟ୍ ମଧ୍ୟ ବ୍ୟବହାର କରାଯାଇଛି । ପାଖାପାଖି ୪୮୦ରୁ ୫୦୦ ପୃଷ୍ଠା ସମ୍ବଳିତ ଏହି ରାମଚରିତମାନସ ଗ୍ରନ୍ଥର ଓଜନ ରହିଛି ୧.୫ କ୍ୱିଣ୍ଟାଲ । ଏହି ଗ୍ରନ୍ଥ ସୁନା ଏବଂ ତମ୍ବା ଧାତୁରେ ତିଆରି ହୋଇଛି ।

ସେପଟେ ଏଥର ଅଯୋଧ୍ୟାରେ ରାମନବମୀ ସ୍ୱତନ୍ତ୍ର ହେବାକୁ ଯାଉଛି । ରାମ ମନ୍ଦିର ନିର୍ମାଣ ପରେ ଏହା ହେଉଛି ପ୍ରଥମ ରାମନବମୀ । ଏହି ପବିତ୍ର ଦିନରେ ରାମଲାଲାଙ୍କ ଜନ୍ମ ଉତ୍ସବକୁ ଭବ୍ୟ ଉପାୟରେ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ରାମନବମୀ ଅବସରରେ ମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ପଡ଼ିବା ନେଇ କାମ କରାଯାଉଛି । ରୁର୍‌କୀର ବୈଜ୍ଞାନିକ ଦିନରାତି ଏହି ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.