ବିଜେଡିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୯ ବିଧାନ ସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ପ୍ରକାଶ ପାଇଛି ୯ ବିଧାନ ସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ବିଜେଡିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।

କେନ୍ୟୁଜ(ଓଡ଼ିଶା) : ଆଜି ପ୍ରକାଶ ପାଇଛି ୯ ବିଧାନ ସଭା  ଓ ଗୋଟିଏ ଲୋକସଭା ଆସନ ପାଇଁ ବିଜେଡିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏଥିରେ ବାକି ଥିବା ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ଘୋଷଣା କରିଥିବା ବେଳେ ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନ ପାଇଁ ଅନନ୍ତ ନାରାୟଣ ଜେନା, ରେଢ଼ାଖୋଲ-ରୋହିତ ପୁଜାରୀ, ତେଲକୋଇ- ମାଧବ ସର୍ଦ୍ଦାର, ପାରାଦୀପ-ଗୀତାଜଂଳି ରାଉତରାୟ, ଲକ୍ଷ୍ମୀପୁର- ପ୍ରଭୁ ଜାନୀ, ତାଳଚେର- ବ୍ରଜ ପ୍ରଧାନ,ନର୍ଲା-ମନୋରମା ମହାନ୍ତି, ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ ଓ ବାଲିଗୁଡା ବିଧାସଭା ଆସନ ପାଇଁ ଚକ୍ରମଣ କହଁର ନାମ ଘୋଷଣା କରିଛି ବିଜେଡି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.