Below header

ହେରା ପଞ୍ଚମୀରେ ମାଆ ହିଙ୍ଗୁଳାଙ୍କ ରତ୍ନମୁଦ ଉତ୍ସବ

ତାଳଚେର (କେନ୍ୟୁଜ୍) : ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ମନ୍ଦିରର ନିର୍ମାଣ କାର‌୍ୟ୍ୟ ଚାଲୁ ରହିଛି। ଆଜି ଏହାର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି। ପବିତ୍ର ହେରା ପଞ୍ଚମୀରେ ରତ୍ନମୁଦ ସହ ମନ୍ଦିରର ମୁଣ୍ଡି ମାରିବା ପାଇଁ ତିଥୀ ନିର୍ଘଣ୍ଟ କରାଯାଇଥିଲା। ଏହାକୁ ଦେଖିବାକୁ ତାଳଚେର ଓ ଏହାର ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଯଜ୍ଞ ଓ ନାମ ସଂକୀର୍ତ୍ତନ ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହେବା ସହ ମାଆଙ୍କର ନୂତନ ମନ୍ଦିରର ରତ୍ନମୁଦ ନିମନ୍ତେ ହଜାର ହଜାର ସଂଖ୍ୟାରେ ଭକ୍ତ ଧାନ, ଅଷ୍ଟଧାତୁ ଓ ସୁବର୍ଣ୍ଣା ଆଦି ପ୍ରଦାନ କରି ପୂଣ୍ୟ ଅର୍ଜନ କରିବାକୁ ଏକତ୍ରିତ ହୋଇଥିଲେ। ଲୋକଙ୍କ ଭିଡ଼କୁ ଦୃଷ୍ଚିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.